ଅଲିମ୍ପିକ୍ସ ପଦକ ବିଜେତା ହକି ଖେଳାଳି ରାଘବରଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ହକି ଖେଳାଳି ରାଘବର ସିଂହ ଭୋଳଙ୍କର ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ରାଘବର ୧୯୫୬ ମେଲବର୍ନ ଏବଂ ୧୯୬୦ ରୋମ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ମେଲବର୍ନରେ ସ୍ବର୍ଣ୍ଣ ଜିତିଥିବା ଏବଂ ରୋମରେ ରୌପ୍ୟ ଜିତିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଅବସର ନେବା ପରେ ଭାରତୀୟ ହକିର ବିକାଶରେ ରାଘବର ବଳିଷ୍ଠ ଭୁମିକା ତୁଲାଇଥିଲେ। ଅନ୍ତର୍ଜାତୀୟ ଅମ୍ପାୟାର, ଭାରତୀୟ ହକି ଦଳର ପ୍ରବନ୍ଧକ, ଭାଷ୍ୟକାର ଓ ଅଲିମ୍ପିକ୍ସ ପର୍ଯ୍ୟବେକ୍ଷକ ଭଳି ବିଭିନ୍ନ ପଦ ପଦବିରେ ସେ ସଫଳତାର ସହ କାର୍ଯ୍ୟ କରିଥିଲେ। ସେ ମଧ୍ୟ ୧୯୫୪ରୁ ୬୦ ମଧ୍ୟରେ ଭାରତୀୟ ବାୟୁସେନା ଓ ସର୍ଭିସେସ୍ ଦଳର ଅଧିନାୟକ ଥିଲେ। ୨୦୦୦ ମସିହାରେ ରାଘବର ଅର୍ଜୁନ ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର