ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଷ୍ଟାର ସୁଟର ମନୁ ଭାକର ଓ ତାଙ୍କ କୋଚ ଜସପାଲ ରାଣା ଗୁରୁବାର ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ମନୁ ଭାକର ବଲିଉଡରେ ଡେବ୍ୟୁ, ବାୟୋପିକ, କ୍ୟାରିୟର ଓ ଆଗାମୀ ଲକ୍ଷ୍ୟ କ’ଣ ରହିଛି ତାହାକୁ ନେଇ ଖୋଲାଖୋଲି ଆଲୋଚନା କରିଥିଲେ।

Advertisment

ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିଲେ। ମନୁ ଏମିତି ଜଣେ ଖେଳାଳି ଯିଏକି ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ଖାତା ଖୋଲିଥିବା ବେଳେ ଦୁଇଟି ପଦକ ଭାରତ ନାମରେ କରିଥିଲେ। ଏଥିପାଇଁ ମନୁ ଦୀର୍ଘ ୮ବର୍ଷ ଧରି ପରିଶ୍ରମ ବି କରିଛନ୍ତି।

ବଲିଉଡରେ ଡେବ୍ୟୁକୁ ନେଇ ମନୁଙ୍କୁ ପ୍ରଶ୍ନ ପଚରା ଯିବାରୁ ସେ କହିଥିଲେ, ‘ମୋର କାମ ବନ୍ଧୁକ ଚଳନା କରିବା ଓ ଦେଶ ପାଇଁ ଖେଳିବା।  ହଁ ଛୋଟମୋଟ ଅଭିନୟ କରି ପାରିବି। କିନ୍ତୁ ମୋର ସମ୍ପୂର୍ଣ୍ଣ ଧ୍ୟାନ ଖେଳ ଉପରେ ହିଁ ରହିଛି ଓ ରହିଥିବ। ମୋର ଇଚ୍ଛା ବନ୍ଧୁକ ଚାଳନ ଭଳି କିଛି ଭୂମିକା ମିଳିଲେ ନିଶ୍ଚୟ କରିବି।’

ମନୁଙ୍କୁ ତାଙ୍କ ବାୟୋପିକକୁ ନେଇ ପ୍ରଶ୍ନ ପଚରା ଯିବାରୁ ସେ କହିଥିଲେ, ‘ଏଥିପାଇଁ ଅନେକ ସମୟ ଏବେ ବାକି ଅଛି।  ମୋର କ୍ୟାରିୟର ଦୀର୍ଘ ଅଛି। ବାୟୋପିକ ପାଇଁ ମୋତେ ଅନେକ ବର୍ଷ ଆବଶ୍ୟକ।