ପ୍ରଥମ ଥର ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟ ମହିଳା ଫୁଟ୍‌ବଲ୍ ଦଳ

ଅଲିମ୍ପିକ୍ସ ଯୋଗ୍ୟତା

ୟାଙ୍ଗୁନ୍: ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳ ପ୍ରଥମ ଥର ଲାଗି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ରାଉଣ୍ଡ୍‌କୁ ଯୋଗ୍ୟତା ଅର୍ଜନ କରିଛି। ଏଠାରେ ଚାଲିଥିବା ଆଗାମୀ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ମଙ୍ଗଳବାର ଶେଷ ଲିଗ୍‌ ମ୍ୟାଚ୍‌ରେ ପ୍ରବଳ ଲଢ଼ିବା ସତ୍ତ୍ବେ ଭାରତ ୧-୨ ଗୋଲ୍‌ରେ ମିଆଁମାରଠୁ ହାରି ଯାଇଥିଲା। ଏହାସତ୍ତ୍ବେ ୩ ମ୍ୟାଚ୍‌ରୁ ୪ ପଏଣ୍ଟ୍‌ ସହ ମିଆଁମାର ପଛକୁ ଗ୍ରୁପ୍‌ରେ ଦ୍ବିତୀୟରେ ରହି ଭାରତ ଦ୍ବିତୀୟ ପର୍ଯ୍ୟାୟ ପାଇଁ ସ୍ଥାନ ପକ୍କା କରିଥିଲା। ଗ୍ରୁପ୍-ସିରେ ଥିବା ଭାରତ ୧-୧ରେ ପ୍ରଥମ ମ୍ୟାଚ୍‌କୁ ନେପାଳ ସହ ଅମୀମାଂସିତ ରଖିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ୭-୧ରେ ହରାଇ ୨ ମ୍ୟାଚ୍‌ରୁ ୪ ପଏଣ୍ଟ୍‌ ପାଇଥିଲା। ଫଳରେ ମିଆଁମାର ବିପକ୍ଷ ପରାଜୟ ଭାରତ ଉପରେ କୌଣସି ପ୍ରଭାବ ପକାଇନଥିଲା। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ରାଉଣ୍ଡ୍‌ ଆସନ୍ତା ବର୍ଷ ଅପ୍ରେଲ୍‌ରେ ଖେଳାଯିବ।

ସମ୍ବନ୍ଧିତ ଖବର