କାଇରୋ : ଭାରତୀୟ ଯୁବ ବନ୍ଧୁକଚାଳକ ରୁଦ୍ରାକ୍ଷ ପାଟିଲ ଚଳିତ ଆଇଏସ୍ଏସ୍ଏଫ୍ ବିଶ୍ବ ପ୍ରତିଯୋଗିତାରେ ଶୁକ୍ରବାର ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ସ୍ବର୍ଣ୍ଣ ପଦକ ମୁକାବିଲାରେ ରୁଦ୍ରାକ୍ଷ ୧୭-୧୩ରେ ଇଟାଲିର ଡେନିସ୍ ସୋଲୋଗୋଙ୍କୁ ପରାସ୍ତ କରିଥିଲେ। ଏଥି ସହିତ ୧୮ ବର୍ଷ ବୟସ୍କ ରୁଦ୍ରାକ୍ଷ ମଧ୍ୟ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସକୁ ଟିକେଟ ହାସଲ କରିନେଇଛନ୍ତି। ବିଶ୍ବ ପ୍ରତିଯୋଗିତାରେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିବାରେ ରୁଦ୍ରାକ୍ଷ ମଧ୍ୟ ୨୦୦୮ ବେଜିଂ ଅଲିମ୍ପିକ୍ସ ବିଜେତା ଅଭିନବ ବିନ୍ଦ୍ରା (୨୦୦୬, ଜାଗ୍ରେବ୍, କ୍ରୋଏସିଆ ବିଶ୍ବ ପ୍ରତିଯୋଗିତା)ଙ୍କ ପରେ ଦ୍ବିତୀୟ ଭାରତୀୟ ବନ୍ଧୁକଚାଳକ ହୋଇଥିଲା ବେଳେ ଦ୍ବିତୀୟ ଭାରତୀୟ ଭାବେ ଅଲିମ୍ପିକ୍ ଟିକେଟ ହାତେଇଛନ୍ତି। ଚଳିତ ବର୍ଷ ବିଶ୍ବ ପ୍ରତିଯୋଗିତାରୁ ଭାରତ ପାଇଁ ୪ଟି ଅଲିମ୍ପିକ୍ କୋଟା ଉପଲବ୍ଧ ରହିଛି। ଏହା ପୂର୍ବରୁ ପ୍ରଥମ କୋଟା ସ୍ଥାନ କ୍ରୋଏସିଆରେ ଆୟୋଜିତ ସଟ୍ଗନ୍ ବିଶ୍ବ ପ୍ରତିଯୋଗିତାରୁ ଆସିଥିଲା। ଭୌନେଶ ମେନ୍ଦିରତା ପୁରୁଷ ଟ୍ରାପ୍ ଇଭେଣ୍ଟରୁ ଅଲିମ୍ପିକ୍ ଟିକେଟ ହାସଲ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp