ଛୁରାମାଡ଼ରେ ଅଲିମ୍ପିକ୍‌ ପଦକ ବିଜେତାଙ୍କ ମୃତ୍ୟୁ

ଆଲ୍‌ମାଟି: ଅଲିମ୍ପିକ୍‌ କାଂସ୍ୟ ପଦକ ବିଜେତା କାଜାକସ୍ତାନର ଡେନିସ୍‌ ଟେନ୍‌ (୨୫ ବର୍ଷ)ଙ୍କର ଗୁରୁବାର ଅକାଳ ମୃତ୍ୟୁ ଘଟିଛି। ସ୍ଥାନୀୟ ପୁଲିସର କହିବାନୁଯାୟୀ ଡେନିସ୍‌ଙ୍କୁ ଦୁଇ ଜଣ ଦୁର୍ବୃତ ଛୁରାମାଡ଼ କରିଥିଲେ। ତାଙ୍କ କାର୍‌ରୁ ଦର୍ପଣ ଚୋରି କରୁଥିବା ସମୟରେ ଦୁଇ ଚୋରଙ୍କ ସହ ଡେନିସ୍‌ଙ୍କର ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଥିଲା। ଚୋରଙ୍କ ଛୁରା ମାଡ଼ରେ ସେ ରକ୍ତାକ୍ତ ହୋଇ ଯାଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଅତ୍ୟଧିକ ରକ୍ତ ସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ଟେନ୍‌ ସୋଚି ଅଲିମ୍ପିକ୍‌ରେ ଫିଙ୍ଗର ସ୍କେଟିଂରେ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର