ଅଲିମ୍ପିକ୍ସ ଗଲ୍ଫ : ଅଳ୍ପକେ ବ୍ରୋଞ୍ଜ ପଦକରୁ ବଂଚିତ ହେଲେ ଭାରତର ଅଦିତି ଅଶୋକ

ଟୋକିଓ : ଭାରତୀୟ ଗଲ୍ଫ ଖେଳାଳି ଅଦିତି ଅଶୋକ ଅଳ୍ପକେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି । ନ୍ୟୁଜିଲାଣ୍ଡର ଲିଡିଆ କୋଙ୍କ ଠାରୁ ସେ ମାତ୍ର ଗୋଟିଏ ପଏଣ୍ଟ କମ ପାଇଁ ୪ର୍ଥ ସ୍ଥାନରେ ରହିଛନ୍ତି ।

ଟୋକିଓର କାସୁମିଗାସେକି କଣ୍ଟ୍ରି କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ଆମେରିକାର ନେଲି କୋର୍ଡା ସ୍ବର୍ଣ୍ଣ ପଦକ ଜିତିଛନ୍ତି । ତେବେ ରୌପ୍ୟ ପଦକ ବିଜେତାଙ୍କ ନାମ ଏବେ ବି ଚୂଡ଼ାନ୍ତ ହୋଇନାହିଁ । ଲିଡିଓ କୋ ଓ ଜାପାନର ଇନାମି ମୋନଙ୍କ ମଧ୍ୟରେ ପଏଣ୍ଟ ଟାଏ ରହିଥିବାରୁ ସେମାନଙ୍କ ମଧ୍ୟରେ ମୁକାବିଲା ଜାରି ରହିଛି ।

ବ୍ରୋଞ୍ଜ ଦୌଡ଼ରେ ରହିବାକୁ ଅଦିତି ୭୨ ତମ ଛିଦ୍ରରେ ବଲ ପକାଇବାକୁ ଗୋଟିଏ ‘ବାର୍ଡି’ ଆବଶ୍ୟକ କରୁଥିଲେ । ମାତ୍ର ସେ ପ୍ରଥମ ଉଦ୍ୟମରେ ବିଫଳ ହୋଇଥିଲେ ।

ପଦକ ପାଇନଥିଲେ ବି ଅଲିମ୍ପିକ୍ସ ପରି ପ୍ରତିଯୋଗିତାରେ ୪ର୍ଥ ସ୍ଥାନ ପାଇବା ଅଦିତିଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । କାରଣ ବିଶ୍ବର ୨୦୦ ନମ୍ବର ମାନ୍ୟତାପ୍ରାପ୍ତ ମହିଳା ଗଲ୍ଫରଭାବେ ସେ ଅଲିମ୍ପିକ୍ସକୁ ଆସିଥିଲେ । ଅନ୍ୟପକ୍ଷରେ ସ୍ବର୍ଣ୍ଣ ଜିତିଥିବା ଆମେରିକାର କୋର୍ଡୋ ବିଶ୍ବର ୧ ନମ୍ବର ମାନ୍ୟତାପ୍ରାପ୍ତ ମହିଳା ଗଲ୍ଫର ଭାବେ ପରିଚିତ ।

ସମ୍ବନ୍ଧିତ ଖବର