ଗୋଆ: ବିଦେଶୀ ନାଗରିକଙ୍କୁ ଡ୍ରଗ୍‌ ଯୋଗାଣ କରୁଥିବା ମାମଲାରେ ୧୯୮୦ ଅଲିମ୍ପିକ୍‌ ରୌପ୍ୟ ବିଜୟିନୀ ‌ରୁ‌ଷିଆ ସନ୍ତରଣକାରୀ ଏସ୍‌ ଭର୍ଗାନୋଭାଙ୍କ ସହ ପୂର୍ବତନ ପୁଲିସ ଅଧିକାରୀ ଓ ଜଣେ ଭାରତୀୟଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ‌ଗୋଆରେ ଗିରଫ କରିଛି। ଏମାନଙ୍କ ନିକଟରୁ ବିଭିନ୍ନ ପ୍ରକାରର ଡ୍ରଗ୍ସ ଜବତ କରାଯାଇଛି।

Advertisment

ଏଥିସହ ଭାରତୀୟ ଓ ବିଦେଶୀ ମୂଦ୍ରା, ଜାଲି କାଗଜପତ୍ର ଜବତ କରିଥିଲା। ଏନ୍‌ସିବିର ଗୋଆ ୟୁନିଟ୍‌ ଗତ ୨ ସପ୍ତାହ ହେବ ଏମାନଙ୍କୁ ଧରିବାକୁ ଅପେରେସନ ଚଳାଇଥିଲା। ଏମାନେ ବହୁ ଦିନ ହେବ ଗୋଆରେ ଏହି ବ୍ୟବସାୟ ଚଳାଇଥିବା ନେଇ ଏନ୍‌ସିବି କହିଛିନ୍ତି। ଏହି ଦୁଇ ରୁଷୀୟ ନାଗରିକଙ୍କ ସହ ସ୍ଥାନୀୟ ବାସିନ୍ଦା ଆକାଶଙ୍କୁ ମଧ୍ୟ ଗିରଫ କରାଯାଇଛି। ତଦନ୍ତ ଚାଲୁ ରହିଛି ବୋଲି ଏନ୍‌ସିବି କହିଛି।