ଅଲିମ୍ପିକ୍ସ ମହିଳା ହକି : ଭାରତକୁ ୫-୧ରେ ହରାଇଲା ନେଦରଲାଣ୍ଡସ୍

ଟୋକିଓ : ପରାଜୟ ସହ ଭାରତୀୟ ମହିଳା ହକି ଦଳ ନିଜର ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛି ।  ବିଶ୍ବର ନଂ୧ ମହିଳା ହକି ଦଳ ନେଦରଲାଣ୍ଡସ ଭାରତୀୟ ଦଳକୁ ୫-୧ରେ ପରାସ୍ତ କରିଛି । ମ୍ୟାଚ ସାରା ନେଦରଲାଣ୍ଡସ୍ ଭାରତୀୟ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା ଓ ଗୋଲ ପରେ ଗୋଲ ଦେଇ ଚାଲିଥିଲା । ଭାରତ ପକ୍ଷରୁ ରାଣୀ ରାମପାଲ ଏକ ମାତ୍ର ଗୋଲ ଦେଇଥିଲେ ।

ଏହା ପୂର୍ବରୁ ପୁରୁଷ ୬୯ କିଲୋଗ୍ରାମ ବକ୍ସିଂରେ ଭାରତର ବିକାଶ କ୍ରିଷ୍ଣନ ଜାପାନର ଓକାଜାଓ୍ବାଙ୍କ ଠାରୁ ୦-୫ରେ ପରାଜିତ ହୋଇଥିଲେ । ଅନ୍ୟପକ୍ଷରେ ଟେବୁଲ ଟେନିସ ସିଙ୍ଗଲସ ଇଭେଣ୍ଟରେ ମନିକା ବାତ୍ରା ବ୍ରିଟେନରେ ଟିନ ଟିନ ହୋଙ୍କୁ ପରାସ୍ତ କରିଛନ୍ତି ।

ଆଜି ଭାରତର ମୀରାବାଇ ଚାନୁ ୪୯ କିଲୋଗ୍ରାମ ବର୍ଗ ଭାରୋତ୍ତଳନରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଐତିହାସିକ ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପରେ ସାରା ଦେଶରେ ଖୁସିର ଲହର ଖେଳିଯାଇଛି ।

ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଟିମ ଆଜି ବିଜୟ ସହ ନିଜର ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛି । ଦଳ ନ୍ୟୁଜିଲାଣ୍ଡକୁ ୩-୨ରେ ପରାସ୍ତ କରିଛି ।

ସମ୍ବନ୍ଧିତ ଖବର