ନ୍ୟୁୟର୍କ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାସ୍କେଟବଲ୍ କିଂବଦନ୍ତି କୋବେ ବ୍ରିୟାନ୍ତଙ୍କୁ ବିବାହ ବାର୍ଷିକୀ ଅବସରରେ ଶନିବାର ପତ୍ନୀ ଭେନେଶା ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କୋବେଙ୍କୁ 'ହୃଦୟର ରାଜା' ଭାବେ ବର୍ଣ୍ଣନା କରି ଭେନେଶା ଏକ ଆବେଗପୂର୍ଣ୍ଣ ଟ୍ବିଟ୍ କରିଛନ୍ତି। କୋବେ ଜୀବିତ ଥିଲେ ଶନିବାର ଉଭୟଙ୍କର ଊନ୍ନବିଂଶ ବିବାହ ବାର୍ଷିକୀ ହୋଇ ଥାଆନ୍ତା। ହେଲେ ଏହା ପୂର୍ବରୁ କୋବେ ତାଙ୍କୁ ଛାଡ଼ି ଚାଲି ଯାଇଥିବାରୁ ଭେନେଶା ଅତ୍ୟନ୍ତ ଦୁଃଖରେ ଅଛନ୍ତି। ସେଥିଲାଗି ସେ ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି ଯେ ମୋ ରାଜା, ମୋ ହୃଦୟ, ମୋ ଶ୍ରେଷ୍ଠ ବନ୍ଧୁ, ଊନ୍ନବିଂଶ ବିବାହ ବାର୍ଷିକୀର ଅନେକ ଅନେକ ଶୁଭେଚ୍ଛା। ମୁଁ ତୁମ ଅନୁପସ୍ଥିତିକୁ ପ୍ରତିଟି ମୁହୂର୍ତ୍ତରେ ଅନୁଭବ କରୁଛି। ତୁମେ ଏଠି ଥିଲେ ମୋତେ ନିଶ୍ଚିତ ତୁମ ବାହୁରେ ତୋଳି ଧରି ଥାଆନ୍ତ। ଏହି ଲେଖା ସହ କୋବେଙ୍କ ସହ ଉଠାଇଥିବା ଏକ ସୁନ୍ଦର ଫଟୋକୁ ମଧ୍ୟ ଭେନେଶା ପ୍ରକାଶ କରିଛନ୍ତି। ଗତ ଜାନୁଆରି ୧୬ରେ ଘଟିଥିବା ଏକ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ କୋବେ ଓ ତାଙ୍କ ୧୩ ବର୍ଷୀୟା ଝିଅ ଜିଆନାର ପରଲୋକ ହୋଇ ଯାଇଥିଲା। କୋବେ ଓ ଭେନେଶାର ଆଉ ତିନିଟି ଝିଅ ଜୀବିତ ଅଛନ୍ତି।
ବିବାହ ବାର୍ଷିକୀରେ ବ୍ରିୟାନ୍ତଙ୍କୁ ମନେ ପକାଇଲେ ଭେନେଶା
/sambad/media/post_attachments/wp-content/uploads/2020/04/dgjhdg5j9dg8j9dg8j9dgj89dgjgdjgddgjdgjdgjgdj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)