ମାଞ୍ଚେଷ୍ଟର୍ ଟେଷ୍ଟ୍‌ ତୃତୀୟ ଦିନ ଖେଳ ବର୍ଷା ଧୋଇନେଲା

ମାଞ୍ଚେଷ୍ଟର୍‌: ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ୍‌ରେ ବ‌ର୍ଷାର ଖେଳ ଫେରିବାରୁ ଘରୋଇ ଦଳର ସୁଯୋଗ ହାତଛଡ଼ା ହୋଇଯିବା ଆଶଙ୍କା ଜାତ ହୋଇଛି। ଶନିବାର ତୃତୀୟ ଦିନର ଖେଳକୁ ସମ୍ପୂର୍ଣ୍ଣ ଭାବେ ଧୋଇ ନେଇଛି ବର୍ଷା। ଶୁକ୍ରବାର ବେନ୍ ଷ୍ଟୋକ୍ସ ଏବଂ ଡୋମିନିକ୍ ଶିବଲେଙ୍କ ଦ୍ବିଶତକ ଭାଗୀଦାରି ବଳରେ ଇଂଲଣ୍ଡ ୪୬୯/୯ରେ ପାଳି ଘୋଷଣା କରିଥିଲା। ଦ୍ବିତୀୟ ଦିନ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ ୧ ୱିକେଟ୍‌ରେ ୩୨ ରନ୍ କରିଥିଲା। ଏବେ ବି ୱେଷ୍ଟଇଣ୍ଡିଜ୍‌ ୪୩୭ ରନ୍‌ ପଛରେ ରହିଛି।

ପ୍ରଥମ ପାଳିକୁ ୱେଷ୍ଟଇଣ୍ଡିଜ୍‌ ଭଲରେ ଆରମ୍ଭ କରିଥିଲା। ତେବେ ପ୍ରଥମ ବୋଲିଂ ପରିବର୍ତନରେ ଆସିଥିବା ସାମ୍ କରନ୍‌ ନିଜ ପ୍ରଥମ ଓଭରରେ ଜନ୍ କ୍ୟାମ୍ପ୍‌ବେଲ (୧୨)ଙ୍କୁ ଆଉଟ୍ କରିଦେଇ ପ୍ରଥମ ସଫଳତା ଆଣିଥିଲେ। ଏହାପରେ କିନ୍ତୁ ନାଇଟ୍ ୱାଚ୍‌ମ୍ୟାନ୍‌ ଅଲଜାରି ଯୋସେଫ୍ (୧୪*) ଇଂଲଣ୍ଡ ବୋଲରଙ୍କୁ ଆଉ ସଫଳତା ‌ଦେଇନଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ୍ ପ୍ରଥମ ପାଳି: ୧୬୨ ଓଭରରେ ୪୬୯/୯, ଘୋଷିତ (ବେନ୍ ଷ୍ଟୋକ୍ସ-୧୭୬, ଡୋମିନିକ୍‌ ଶିବଲେ-୧୨୦, ରସ୍ତନ ଚେଜ୍‌-୫/୧୭୨, କେମାର ରୋଚ୍‌-୨/୫୮, ଜାସନ୍ ହୋଲହର-୧/୭୦, ଅଲଜାରି ଯୋସେଫ୍‌-୧/୭୦)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୪ ଓଭରରେ ୩୨/୧ (କ୍ରେଗ୍ ବ୍ରାଥ୍‌ୱେଟ୍‌-୬*, ଅଲଜାରି ଯୋସେଫ୍‌-୧୪*, ସାମ୍ କରନ୍‌-୧/୮)।

ସମ୍ବନ୍ଧିତ ଖବର