ଆଇସିସି ଟେଷ୍ଟ ରାଙ୍କିଂରେ ଏକ ନମ୍ବର ବ୍ୟାଟସମ୍ୟାନ୍ ବନିଲେ ବିରାଟ୍

ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ରାଙ୍କିଂରେ  ବ୍ୟାଟିଂରେ ଏକ ନମ୍ବର ସ୍ଥାନ ପୁଣି ଥରେ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ଏହି ସ୍ଥାନ ଲାଭ କରିଛନ୍ତି କୋହଲି।

ଇଡେନ୍ ଗାର୍ଡେନରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ୧୩୬ରନ୍ କରିବା  ପରେ ବିରାଟ ୯୨୮ ପଏଣ୍ଟରୁ ଲାଭ କରିଥିଲେ। ଅନ୍ୟପକ୍ଷରେ ସ୍ମିଥ୍ ପାକିସ୍ତାନ୍ ବିପକ୍ଷ ଟେଷ୍ଟରେ ମାତ୍ର ୩୬ ରନ୍ କରିଥିବାରୁ ତାଙ୍କର ପଏଣ୍ଟ ୯୩୧ରୁ ୯୨୩କୁ ଖସି ଆସିଥିଲା।

ବିରାଟ କୋହଲି ସ୍ମିଥଙ୍କ ଠାରୁ ୮ ପଏଣ୍ଟ ଆଗରେ ଅଛନ୍ତି  କିନ୍ତୁ ଚଳିତ ସିଜିନରେ ସେ ଅଧିକ ପଏଣ୍ଟ  ହାସଲ କରିପାରିବେ ନାହିଁ, କାରଣ ଆଗକୁ କୌଣସି ଟେଷ୍ଟ ମ୍ୟାଚ ଖେଳିବା ସମ୍ଭାବନା ନାହିଁ। ତେବେ ଷ୍ଟଭ୍ ସ୍ମିଥ୍ ଚଳିତ ସିଜିନରେ ନ୍ୟୁଜିଲାଣ୍ଟ ସହିତ ଦୁଇଟି ଟେଷ୍ଟ ଖେଳିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର