ଭାରତ ‘ଏ’ ୩-୦ରେ ଜିତିଲା

ବିଶାଖାପାଟଣା: ଭାରତ-ଏ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ହ୍ୟାଟ୍ରିକ୍‌ (କ୍ରମାଗତ ତୃତୀୟ) ପରାଜୟ ବରଣ କଲା। ଏଥି ସହିତ ଘରୋଇ ଭାରତ ଶୃଙ୍ଖଳାକୁ ୩-୦ରେ ଜିତିନେଲା। ଶୃଙ୍ଖଳା ପ୍ରଥମ ମ୍ୟାଚ୍‌କୁ ବର୍ଷା ସଂପୂର୍ଣ୍ଣ ଧୋଇନେବା ପରେ ଦ୍ୱିତୀୟ ମ୍ୟାଚ୍‌ ‘ଟାଇ’ରେ ଶେଷ ହୋଇଥିଲା। ତୃତୀୟ ମ୍ୟାଚ୍‌କୁ ୬ ଓ୍ଵିକେଟ୍‌ ଓ ଚତୁର୍ଥ ମ୍ୟାଚ୍‌କୁ ୬୪ ରନ୍‌ରେ ଜିତିଥିବା ଭାରତ ରବିବାର ପଞ୍ଚମ ତଥା ଶେଷ ମ୍ୟାଚ୍‌କୁ ୩ ଓ୍ଵିକେଟ୍‌ରେ ଜିତିନେଇଛି। ରବିବାର ଟସ୍‌ ଜିତି ନ୍ୟୁଜିଲାଣ୍ଡ୍‌ ନ୍ୟୁଜିଲାଣ୍ଡ୍‌ ୪୪.୨ ଓଭରରେ ୧୭୩ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଜବାବରେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଅଭିମନ୍ୟୁ ଇଶ୍ୱରନ୍‌ (୪୯), ସାର୍ଦୁଲ ଠାକୁର (୪୦), କର୍ନ ଶର୍ମା (୩୮*) ଓ ବାବା ଅପରାଜିତ (୧୮)ଙ୍କ ବଳରେ ଭାରତ ୩୨.୧ ଓଭରରେ ୭ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା।

ସମ୍ବନ୍ଧିତ ଖବର