ହାଇଦ୍ରାବାଦ: ସଂପ୍ରତି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ଆସନ୍ତାକାଲି ଭାରତୀୟ ଦିନିକିଆ ଦଳ ଘୋଷଣା ହେବ। ଦଳ ବାଛିବା ପୂର୍ବରୁ ବରିଷ୍ଟ ତଥା ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ଫର୍ମ ଚୟନକର୍ତାଙ୍କ ଚିନ୍ତା ବଢ଼ାଇଥିଲେ ବେଳେ ଅଧିନାୟକ ବିରାଟ କୋହଲିଙ୍କ ଉପରୁ ବୋଝ ଲାଘବ ମୁଖ୍ୟ ପ୍ରସଙ୍ଗ ହେବ। ୱିକେଟ୍ ପଛରେ ଖୁବ୍ ଭଲ ପ୍ରଦର୍ଶନ କରୁଥିବା ସତ୍ତ୍ବେ ଧୋନିଙ୍କ ଖରାପ ବ୍ୟାଟିଂ ପ୍ରଦର୍ଶନ ଚୟନକର୍ତାଙ୍କୁ ବିକଳ୍ପ ପନ୍ଥା ପାଇଁ ବାଧ୍ୟ କରିପାରେ। ଫଳରେ ଧୋନିଙ୍କ ବଦଳରେ ଯୁବ ଉଦୀୟମାନ ଋଷଭ ପନ୍ତ୍ଙ୍କୁ ଦଳରେ ସାମିଲ ହେବାର ସମ୍ଭାବନା ଅଧିକ ରହିଛି। ଧୋନି ଆଗାମୀ ବିଶ୍ବକପ୍ ପର୍ଯ୍ୟନ୍ତ ଖେଳିବା ସମସ୍ତେ ଜାଣିଥିଲେ ମଧ୍ୟ ପନ୍ତ୍ଙ୍କୁ ତାଙ୍କ ବିକଳ୍ପ ଭାବେ ଦଳରେ ରଖିବାକୁ ଯୋଜନା କରାଯାଉଛି। ଓଭାଲ୍ରେ ଟେଷ୍ଟ ପଦାର୍ପଣରେ ଶତକ ଜମାଇଥିବା ପନ୍ତ୍ ଚଳିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ରାଜ୍କୋଟ ମ୍ୟାଚ୍ରେ ଦମ୍ଦାର ୯୨ ରନ୍ର ପାଳି ଖେଳି ଚୟନକର୍ତାଙ୍କୁ ପ୍ରଭାବିତ କରିଛନ୍ତି। ସେହିପରି କୋହଲିଙ୍କୁ ଅତ୍ୟଧିକ ମ୍ୟାଚ୍ ଖେଳାଳି ତାଙ୍କ ଉପରେ ଚାପ ନରଖିବାକୁ ମଧ୍ୟ ଚୟନକର୍ତା ଚାହୁଁଛନ୍ତି। ସେଥିପାଇଁ ତାଙ୍କୁ ପୁରା ଶୃଙ୍ଖଳାରୁ ବିଶ୍ରାମ ଦେବା କଥା ଚୟନକର୍ତା ଭାବୁଛନ୍ତି। ହେଲେ କୋହଲି ବିଶ୍ରାମ ନନେବାକୁ ମନ ବଳାଇଛନ୍ତି। ତଥାପି ଦଳ ଘୋଷଣା ବେଳେ ଏହା ହିଁ ମୁଖ୍ୟ ପ୍ରସଙ୍ଗ ହେବ। ତେଣୁ ଗୁରୁବାର ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ସହିତ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଏକାବେଳକେ ଦଳ ଘୋଷଣା ହେବ ନା ପ୍ରଥମ ୩ ମ୍ୟାଚ୍ ପାଇଁ ଦଳ ବଛାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଦିନିକିଆ ଦଳ ଘୋଷଣା ଆଜି, ଧୋନିଙ୍କୁ ନେଇ ଚିନ୍ତା
/sambad/media/post_attachments/wp-content/uploads/2018/09/MS-Dhoni-catch.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)