ଝୁରିଲେ ପେଲେ : ‘ଦିନେ ସ୍ବର୍ଗରେ ଏକାଠି ବଲ୍‌ ଗଡ଼ାଇବୁ’

ବ୍ରାଜିଲିଆ: ଯେତେବେଳେ ଫୁଟବଲ୍‌ରେ କଡ଼ା ପ୍ରତିଦ୍ବନ୍ଦ୍ବୀଙ୍କ ବିଷୟରେ ଆଲୋଚନା କରାଯାଏ, ସେତେବେଳେ ବ୍ରାଜିଲ୍‌ର ପେଲେ ଓ ଆର୍ଜେଣ୍ଟିନାର ମାରାଡୋନାଙ୍କ ବିଷୟରେ ଚର୍ଚ୍ଚା ନିଶ୍ଚୟ ହୋଇଥାଏ। ଫୁଟ୍‌ବଲ୍‌ ଇତିହାସରେ ଉଭୟଙ୍କୁ ଶ୍ରେଷ୍ଠ ଖେଳାଳିର ମାନ୍ୟତା ମିଳିଛି। ଏପରିକି ଅନ୍ୟ କେହି ଖେଳାଳି ସେମାନଙ୍କ ସମକକ୍ଷ ହୋଇପାରିନାହାନ୍ତି। ପରିସ˚ଖ୍ୟାନରୁ ଜଣାପଡ଼ିଛି ଯେ ଏହି ଦୁଇ ମହାନ ଖେଳାଳି ୧୪ ବିଶ୍ବକପ୍‌ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଥିଲେ। ତେଣୁ ସେହି ମ୍ୟାଚ୍‌ଗୁଡ଼ିକ ମଧ୍ୟରେ କିଏ ଶ୍ରେଷ୍ଠ ଖେଳାଳି ବାଛିବା କଷ୍ଟକର ହୋଇଥାଏ। ୧୯୫୮ରେ ପେଲେଙ୍କୁ ୧୭ ବର୍ଷ ବୟସ ହୋଇଥିଲା ବେଳେ ସେ ବ୍ରାଜିଲକୁ ବିଶ୍ବକପ୍‌ ଜିତାଇଥିଲେ। ୧୯୬୨ ଓ ୧୯୯୭ରେ ମଧ୍ୟ ବ୍ରାଜିଲ ବିଶ୍ବକପ୍‌ ବିଜୟୀ ହୋଇଥିଲା। ପେଲେଙ୍କ ନେତୃତ୍ବରେ ବ୍ରାଜିଲର ଏହାଥିଲା ତୃତୀୟ ବିଶ୍ବକପ୍‌ ଟ୍ରଫି। ବ୍ରାଜିଲ ସର୍ବାଧିକ ପାଞ୍ଚ ଥର ବିଶ୍ବବିଜେତା ହୋଇଛି। ପେଲେଙ୍କ ନାମରେ ଏକହଜାର ଗୋଲ ରହିଛି। ବ୍ରାଜିଲ ପାଇଁ ୯୨ ମ୍ୟାଚ୍‌ ଖେଳିଥିଲା ବେଳେ ୭୨ ଥର ସେ ଗୋଲ୍‌ ଦେଇଥିଲେ। ଅନ୍ୟପକ୍ଷରେ ମାରାଡୋନା ଜଣେ ଆକ୍ରମଣାତ୍ମକ ଖେଳାଳି ଥିଲେ। ଖେଳ ଅପେକ୍ଷା ସେ ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ରହୁଥିଲେ। ୧୯୮୬ରେ ତାଙ୍କ ପାଇଁ ଆର୍ଜେଣ୍ଟିନା ବିଶ୍ବବିଜେତା ହୋଇପାରିଥିଲା। ଅନେକ ବିବାଦୀୟ ଗୋଲରେ ତାଙ୍କର ଭାଗୀଦାରି ଥିଲା। ଏପରିକି ଡ୍ରଗ୍ସ ମାମଲାରେ ମଧ୍ୟ ସେ ଛନ୍ଦି ହୋଇଥିଲେ। ୧୯୯୪ରେ ଡୋପି˚ ଟେଷ୍ଟରୁ ପଜିଟିଭ୍‌ ଆସିବାରୁ ତାଙ୍କୁ ପ୍ରତିଯୋଗିତାରୁ ନିଲମ୍ବନ କରାଯାଇଥିଲା। ଏଥିପାଇଁ କେତେକ ମାରାଡୋନାଙ୍କୁ ପେଲେଙ୍କ ସହିତ ତୁଳନା କରିବାକୁ ପସନ୍ଦ କରୁନଥିଲେ। ପେଲେଙ୍କ ଜୀବନ ସ୍ବଚ୍ଛ ଭାବମୂର୍ତ୍ତି ମଧ୍ୟରେ କଟିଥିଲା ବେଳେ ମାରାଡୋନା ବିବାଦ ଘେରରେ ରହୁଥିଲେ।

ସମ୍ବନ୍ଧିତ ଖବର