ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଶୁକ୍ରବାରଠାରୁ ପର୍ଥରେ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟର ପ୍ରଥମ ଦିନରେ ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ୧୯୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଏହାର ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ଟି ୱିକେଟ୍‌ ହରାଇ ୯୬ ରନ୍‌ କରିଛି।

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଆରମ୍ଭରୁ ସ୍ମୃତି ମାନ୍ଧାନାଙ୍କ ୱିକେଟ୍‌ ହରାଇଥିଲା। ତେବେ ଶେଫାଳି ବର୍ମା (୩୫ ରନ୍‌) ଓ ପ୍ରତିକା ରାଓ୍ବଲ(୧୮ରନ୍‌) ୩୫ ରନ୍‌ର ଏକ ଭାଗୀଦାର କରି ସ୍ଥିତିକୁ ସମ୍ଭାଳିଥିଲେ। ପରେ ଜେମିମା ରୋଡ୍ରିଗ୍ସ ଏକ ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ହରମନପ୍ରିତ କୌର୍‌ (୧୯ରନ୍‌) ଓ ରିଚା ଘୋଷଙ୍କ ସହ ଦୁଇଟି ଉପଯୋଗୀ ଭାଗୀଦାର କରିଥିଲେ। ମାତ୍ର ଜେମିମା ଆଉଟ୍‌ ହେବା ପରେ ଭାରତୀୟ ମଧ୍ୟକ୍ରମ ବିଫଳ ହୋଇଥିଲା। ତେବେ ୯ ନମ୍ବରରେ ଆସିଥିବା କାସ୍‌ଭୀ ଗୌତମ୍‌ ଅପରାଜିତ ୩୮ ରନ୍‌ର ପାଳି ଖେଳି ସ୍କୋରକୁ ୧୯୮ରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆନାବେଲ୍‌ ସଦରଲାଣ୍ଡ ୪ଟି ଓ ଲୁସି ହାମିଲଟନ୍‌ ୩ଟି ୱିକେଟ୍‌ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ଟି ୱିକେଟ୍‌ ହରାଇ ୯୬ ରନ୍‌ କରିଛି। ଦଳର ଦୁଇ ଓପନର ଜର୍ଜିଆ ଭଲ୍‌ ଓ ଫୋବେ ଲିଚ୍‌ଫିଲଡ୍‌ ଶସ୍ତାରେ ପାଭିଲିୟନ୍‌ ଫେରିବା ପରେ ଏଲିସେ ପେରି (୪୩*) ଓ ଆନାବେଲ୍‌ ସଦରଲାଣ୍ଡ୍‌ (୨୦*) ପାଳିକୁ ସମ୍ଭାଳିଥିଲେ। ଭାରତ ପକ୍ଷରୁ ସୟାଲି ସାତଘରେ ୨ଟି ଓ କ୍ରାନ୍ତି ଗୌଡ଼ ଗୋଟିଏ ୱିକେଟ୍‌ ନେଇଛନ୍ତି।

ଆହୁରି ପଢ଼ନ୍ତୁ: Purvesh Duragkar: ଅଫେରା ରାଇଜରେ ‘ଅପରେସନ୍ ସିନ୍ଦୂର'ର ନାୟକ

ସଂକ୍ଷିପ୍ତ ସ୍କୋର୍‌ : ଭାରତ ପ୍ରଥମ ପାଳି :୬୨.୪ ଓଭରରେ ୧୯୮/୧୦ ( ଜେମିମା ରୋଡ୍ରିଗ୍ସ ୫୨, ଶେଫାଳି ବର୍ମା ୩୫,କାସ୍‌ଭୀ ଗୌତମ୍‌ ୩୮*, ଆନାବେଲ୍‌ ସଦରଲାଣ୍ଡ୍‌ ୪/୪୬, ଲୁସି ହାମିଲଟନ୍‌ ୩/୩୧)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୭ ଓଭରରେ ୯୬/୩ (ଏଲିସେ ପେରି ୪୩*, ଆନାବେଲ୍‌ ସଦରଲାଣ୍ଡ୍‌ ୨୦*, ସୟାଲି ସାତଘରେ ୨/୨୪, କ୍ରାନ୍ତି ଗୌଡ଼ ୧/୨୮ )।