ଅନ୍‌ଲାଇନ୍ ଚେସ୍‌: ସୌମ୍ୟ ଓ ଦେବୀ ବିଜେତା

ଭୁବନେଶ୍ବର: ରବିବାର ଓଡ଼ିଶାରୁ ଆୟୋଜିତ ଦୁଇଟି ଅନ୍‌ଲାଇନ୍ ଚେସ୍‌ ପ୍ରତିଯୋଗିତାରେ ଫିଡେ ମାଷ୍ଟର୍ ସୌମ୍ୟରଂଜନ ମିଶ୍ର ଏବଂ ଉଦୀୟମାନ ଦେବୀ ପ୍ରସାଦ ନାୟକ ବିଜେତା ହୋଇଛନ୍ତି। ପ୍ରଥମ ସୁରେନ୍ଦ୍ର ଦାସ ସ୍ମାରକୀ ଅନ୍‌ଲାଇନ୍‌ ବ୍ଲିଜ୍‌ ପ୍ରତିଯୋଗିତାରେ ଶୀର୍ଷମାନ୍ୟତାପ୍ରାପ୍ତ ସୌମ୍ୟରଂଜନ ମିଶ୍ର ପ୍ରଥମ ସ୍ଥାନରେ ରହିଥିବାବେଳେ ଅଂଶୁମାନ ସାମଲ ଓ ଅବିନାଶ ବଳିଆରସିଂହ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଓମ୍ ଆଦିତ୍ୟ ଖାଡ଼ଙ୍ଗା, ଅଭୟ କୁମାର ଦାସ, ଗତିକୃଷ୍ଣ ମିଶ୍ର, ଆଦିତ୍ୟ ଭୂୟାଁ, ଦେବୀ ପ୍ରସାଦ ନାୟକ, ସୁରଜ କୁମାର ମହାରଣା, ଜିତେନ୍ଦ୍ର କୁମାର ଦାସ ପ୍ରମୁଖ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଥିଲେ।

ନରେନ୍ଦ୍ର ଅଗ୍ରୱାଲ, ଆଦିତ୍ୟ ପ୍ରସାଦ ମିଶ୍ର, ଆଦିତ୍ୟ ନାରାୟଣ ମହାନ୍ତି, ଅରିନ୍ ଅନ୍ବେଷ ସ୍ବାଇଁ, ସରାନା ଲେଙ୍କା ବିଭିନ୍ନ ବୟସ ବର୍ଗର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥି‌ଲେ। ଅଦିତି ମହାରଣା ସର୍ବକନିଷ୍ଠା ଭାବେ ଅଂଶଗ୍ରହଣ କରିଥିଲେ। ଦେବାଶିଷ ପାଣିଗ୍ରାହୀ ପ୍ରତ‌ିଯୋଗିତାକୁ ପରିଚାଳନା କରିଥିବାବେଳେ ଚିତ୍ତରଂଜନ ଦେବତା ସଂଯୋଜକ ଥିଲେ।

ସେହିଭଳି ନିୟମିତ ଭାବେ ଚାଲିଥିବା ଏସଆର୍‌ ଚେସ୍‌ କେନ୍ଦ୍ରର ୩୦ତମ ଅନ୍‌ଲାଇନ୍ ପ୍ରତିଯୋଗିତାରେ ଦ୍ବାଦଶ ଷ୍ଟାଣ୍ଡାର୍ଡର ଦେବୀ ପ୍ରସାଦ ନାୟକ ୬ରୁ ୬ ପଏଣ୍ଟ୍ ସହ ଶୀର୍ଷରେ ରହିଥିଲେ। ପ୍ରତୀକ ଚୌରାସିଆ ୫ ପଏଣ୍ଟ୍‌ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ସୁରଜ କୁମାର ମହାରଣା ଓ ଜ୍ୟୋସ୍ନାଭ ତାଲୁକଦାର ସମାନ ୪ ପଏଣ୍ଟ ଲେଖାଏଁ ପାଇ ଯୁଗ୍ମ ତୃତୀୟରେ ରହିଥିଲେ। ଦକ୍ଷିଣ ଆଫ୍ରିକାର ଧୀର ଚାୱଲା, ଦେବୀନା ଚାୱଲାଙ୍କ ସହ ଆଦିତ୍ୟ ନାରାୟଣ ମହାନ୍ତି, ସାଇ ସମ୍ପ୍ରଦା ମହାନ୍ତି, ବିନାୟକ ସାମଲ, ନୀତିଶା ‌ସୁର, ସୂର୍ଯ୍ୟାଂଶୁ ମହାକୁଡ, ଶୁଭସ୍ମିତା ପ୍ରିୟଦର୍ଶିନୀ, ଅର୍ଣ୍ଣବ ବିଶ୍ବାଳ, ଅଦିତି ମହାରଣା, ଜିତେଶ ସାମଲ ବୟସ ବର୍ଗର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ। ଏସ୍‌ଆର୍‌ ଚେସ୍‌ କେନ୍ଦ୍ରର ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ ଏବଂ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକଙ୍କ ତତ୍ବାବଧାନରେ ପ୍ରତିଯୋଗିତା ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର