ନୂଆଦିଲ୍ଲୀ : କେବଳ ଟିମ ଇଣ୍ଡିଆ ହିଁ ଅଷ୍ଟ୍ରେଲିଆ ଦଳକୁ ସେମାନଙ୍କ ମାଟିରେ ହରାଇ ପାରିବ । ଏକଥା କହିଛନ୍ତି ଇଂଲାଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ ଭନ ।
/sambad/media/post_attachments/wp-content/uploads/2019/12/michael-vougan-300x200.jpg)
ଟ୍ଵିଟ କରି ସେ କହିଛନ୍ତି ଯେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନକୁ ଦିବାରାତ୍ର ଟେଷ୍ଟମ୍ୟାଚରେ ହରାଇଥିବାରୁ ପ୍ରସଂଶାର ହକଦାର । କେବଳ ଏପରି ବାତାବାରଣରେ ଭାରତୀୟ ଦଳ ହିଁ ସେମାନଙ୍କୁ ହରାଇପାରିବ ।
This Australian Team in these conditions are going to take some beating ... Only @BCCI#India have the tools to do so at this stage imo ... #AUSvPAK
— Michael Vaughan (@MichaelVaughan) December 2, 2019
ଆଜି ଆଡିଲେଡ ଓଭାଲଠାରେ ଚାଲିଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନକୁ ଗୋଟିଏ ଇନିଂସ ଓ ୪୮ ରନରେ ହରାଇଥିଲା । ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୫୮୯ ରନ ସଂଗ୍ରହ କରିଥିଲା, ଏହାର ଜବାବରେ ପାକିସ୍ତାନ ପ୍ରଥମ ଇନିଂସରେ ୩୦୨ ରନ କରି ଫଲୋ ଅନର ସମ୍ମୁଖୀନ ହୋଇଥିଲା । ପାକିସ୍ତାନ ନିଜର ୨ୟ ଇନିଂସରେ ୨୩୯ ରନ କରି ଅଲଆଉଟ ହେବାପରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଗୋଟିଏ ଇନିଂସ ଓ ୪୮ ରନରେ ଜିତିଯାଇଥିଲା । ଏହା ସହିତ ଅଷ୍ଟ୍ରେଲିଆ ୨ଟିକିଆ ଟେଷ୍ଟ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଯାଇଛି । ଡେଭିଡ ଓ୍ଵାର୍ଣ୍ଣରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇଥିଲା । ଏହା ପୂର୍ବରୁ ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ମଧ୍ୟ ସିରିଜ ହରାଇଥିଲା ।
)