ଭୁବନେଶ୍ବର: ସମଗ୍ର କ୍ରୀଡ଼ାପ୍ରେମୀଙ୍କ ନଜର ରବିବାର ଇଂଲଣ୍ଡରେ ଚାଲିଥିବା ଭାରତ ଓ ପାକିସ୍ତାନ ମୁକାବିଲା ଉପରେ ଥିଲା। କିନ୍ତୁ ଇଂଲଣ୍ଡ ବିଶ୍ବକପ୍ ସହିତ ଜଡ଼ିତ ଥିବା ଓଡ଼ିଆ ଖେଳାଳି ଦେବାଶିଷ ମହାନ୍ତିଙ୍କୁ ଏକ ଭିନ୍ନ ମଞ୍ଚରେ ଦେଖିବାକୁ ମିଳିଥିଲା ରବିବାର ସକାଳୁ ସକାଳୁ। ୧୯୯୯ କ୍ରିକେଟ୍ ବିଶ୍ବକପ୍ରେ ପ୍ରଥମ ଓଡ଼ିଆ ଭାବେ ଖେଳିଥିବା ଦେବାଶିଷ ସହିଦନଗର ସ୍ଥିତି ସହିଦ ସ୍ପୋର୍ଟିଂ କ୍ଲବ୍ ପଡିଆ ପରିସରରେ ନିର୍ମିତ ରାଜ୍ୟର ଅନ୍ୟତମ କିମ୍ବଦନ୍ତୀ କ୍ରୀଡ଼ାବିତ୍ ଦିଲୀପ ତିର୍କିଙ୍କ ଷ୍ଟାଣ୍ଡ୍ର ଆନାବରଣ କରିଥିଲେ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ ତିର୍କି ନିଜେ ମଧ୍ୟ ଉପସ୍ଥିତ ରହିଥିଲେ। ଓଡ଼ିଶାର ଦୁଇ କିମ୍ବଦନ୍ତୀ କ୍ରୀଡ଼ାବିତ୍ଙ୍କ ମିଳନ ପର୍ବ ରବିବାର ମଧ୍ୟ ସହିଦ୍ ସ୍ପୋର୍ଟିଂ କ୍ଲବ୍ ପରିସରରେ ନିଆରା ପରିବେଶ ଆଣି ଦେଇଥିଲା। ଗତବର୍ଷ ଏହି ପଡ଼ିଆର ଦକ୍ଷିଣ ପୂର୍ବ କୋଣରେ ଥିବା ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସକୁ ଦିଲୀପ ତିର୍କି ଉଦ୍ଘାଟନ କରିଥିଲେ। ସହିଦ ସ୍ପୋର୍ଟିଂର ଆଜୀବନ ସଦସ୍ୟ ଥିବା ବିଶ୍ବ ବିଖ୍ୟାତ ଦିଲ୍ଲୀପଙ୍କୁ ସମ୍ମାନ ଜଣାଇ ଏହାର ନୂତନ ଷ୍ଟାଣ୍ଡ୍କୁ ଦେବାଶିଷ ଉଦ୍ଘାଟନ କରିଥିଲେ। ଏହି ଦୁଇ ମହାନ ଖେଳାଳିଙ୍କୁ ଏକାଠି କରିବାକୁ ମୋତେ ଢ଼େର ସମୟ ଲାଗିଗଲା ବୋଲି ଏହି ଅବସରରେ ପ୍ରକାଶ କରିଥିଲେ ସହିଦ ସ୍ପୋର୍ଟିଂ କ୍ଲବ୍ର ସମ୍ପାଦକ ପଙ୍କଜ ପଟ୍ଟନାୟକ। କାରଣ ଗତବର୍ଷଠାରୁ ଦେବାଶିଷ ଜାତୀୟ କନିଷ୍ଠ ଦଳର ଚୟନକର୍ତା ହେବା ପରଠାରୁ ଅଧିକାଂଶ ସମୟ ରାଜ୍ୟ ବାହାରେ ରହୁଛନ୍ତି। ରବିବାରର ଏହି ନିରାଡମ୍ବର ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ରଶ୍ମିରଂଜନ ପରିଡ଼ା, ପିନାଟି ଜୟଚନ୍ଦ୍ର, ବାମହାତୀ ସ୍ପିନର ସୌରଭ ସେହଗଲ, ପୂର୍ବତନ ବିଧାୟକ ବିଜୟ ମହାନ୍ତି, ପୂର୍ବତନ କର୍ପୋରେଟର୍ ଶାଶ୍ବତୀ ମିଶ୍ର, ଉମାନାଥ ମିଶ୍ର, ସିପି ଶର୍ମା, ନିକୁଞ୍ଜ ମହାନ୍ତି, ବବିନ ମହାନ୍ତି, ପ୍ରଦୋଷ ପଟ୍ଟନାୟକ, ବିଶ୍ବ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଦେବାଶିଷ ମହାନ୍ତି ଉଦ୍ଘାଟନ କଲେ ଦିଲୀପ ତିର୍କି ଷ୍ଟାଣ୍ଡ୍
/sambad/media/post_attachments/wp-content/uploads/2019/06/Untitled-9-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)