ଖେଲୋ ଇଣ୍ଡିଆ ଭାରୋତ୍ତୋଳନ ଭକ୍ତରାମଙ୍କୁ ସ୍ବର୍ଣ୍ଣ, ମୁନାଙ୍କୁ ରୌପ୍ୟ

ବ୍ରହ୍ମପୁର: ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆର ଭାରୋତ୍ତୋଳନରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ରୌପ୍ୟ ପଦକ ମିଳିଛି। ୪୯ କେଜି ବାଳକ ବର୍ଗରେ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଭକ୍ତରାମ ଦେଷ୍ଟି ମୋଟ ୧୮୫ (ସ୍ନାଚ୍‌ରେ ୮୦ ଏବଂ କ୍ଲିନ୍‌ ଓ ଜର୍କରେ ୧୦୫) କେଜି ଭା‌ରୋତ୍ତୋଳନ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଗଂଜାମ ଜିଲ୍ଲାର ଅନ୍ୟ ଜଣେ ଭାରୋତ୍ତୋଳକ ମୁନା ନାୟକ ୫୫ କେଜି ବର୍ଗରେ ମୋଟ ୨୩୦ (ସ୍ନାଚ୍‌ରେ ୧୦୨ ଏବଂ କ୍ଲିନ୍ ଓ ଜର୍କରେ ୧୨୮) କେଜି ଭାରୋତ୍ତୋଳନ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ହାସଲ କରିଛନ୍ତି। ବୁଧବାରଠୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୧୫ ତାରିଖରେ ଶେଷ ହେବ। ଏଥିରେ ଓଡ଼ିଶାର ୭ ବାଳକ ଏବଂ ୫ ବାଳିକା ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର