ପ୍ରେମ ପେଡ଼ି ଖୋଲିଲେ ପନ୍ତ୍‌

ନୂଆଦିଲ୍ଲୀ: ଭାରତୀୟ ଦଳର ଯୁବ ୱିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଋଷବ ପନ୍ତ ଗୁରୁବାର ନିଜ ପ୍ରେମ ପେଡ଼ି ଖୋଲିଛନ୍ତି। ପ୍ରଥମ ଥର ଲାଗି ଏହି ୨୧ ବର୍ଷୀୟ ଭାରତୀୟ ଯୁବ କ୍ରିକେଟର୍‌ ସାମାଜିକ ଗଣମାଧ୍ୟମରେ ନିଜ ପ୍ରେମିକା ଈଶା ନେଗିଙ୍କ ସହ ଫଟୋ ଛାଡ଼ିଛନ୍ତି। ‘ମୁଁ ଚାହେଁ ତୁମକୁ ସର୍ବଦା ସୁଖୀ ରଖିବାକୁ, କାରଣ ମୋ ଖୁସୀର ରହସ୍ୟ ହେଉଛ ତୁମେ’ ବୋଲି ଋଷବ ଏହି ଫଟୋର ଶିରୋନାମା ରଖିଛନ୍ତି। ଏହି ସମାନ ଫ‌ଟୋକୁ ମଧ୍ୟ ତାଙ୍କ ପ୍ରେମିକା ଈଶା ନିଜ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ସେୟାର କରିଛନ୍ତି। ଏଥିରେ ଈଶା ‘ମୋ ମଣିଷ, ମୋ ଆତ୍ମୀୟ ସାଥୀ, ମୋ ଶ୍ରେଷ୍ଠ ସାଙ୍ଗ, ମୋ ଜୀବନର ପ୍ରେମ’ ବୋଲି ଶିରୋନାମା ‌ଲେଖିଛନ୍ତି। ଯାହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚା ‌ଚାଲିଛି। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ମାଟିରେ ଭାରତର ପ୍ରଥମ ଟେଷ୍ଟ୍‌ ଶୃଙ୍ଖଳା ବିଜୟୀ ଦଳରେ ପନ୍ତ୍‌ ସଦସ୍ୟ ରହିଥିଲେ। ଏହି ଶୃଙ୍ଖଳାରେ ସେ ଦ୍ବିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ଏବଂ ପ୍ରଥମ ଭାରତୀୟ ୱିକେଟ୍‌ ରକ୍ଷକ ଭାବେ ଅଷ୍ଟ୍ରେଲିଆରେ ଶତକ ହାସଲ କରିଥିଲେ। ସେ ସିଡ୍‌ନି ଟେଷ୍ଟ୍‌ରେ ଅପରାଜିତ ୧୫୯ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର