ଭୁବନେଶ୍ୱର: ଓଡ଼ିଶା ୟୁଥ୍ ବାଙ୍ଗାଲୋର ଆନୁକୂଲ୍ୟରେ ଏଥେନା ସ୍ପୋର୍ଟସ୍ କ୍ଲବ୍ ପଡ଼ିଆରେ ଚାଲିଥିବା ଚଳିତ ବର୍ଷର ଓଡ଼ିଶା ପ୍ରିମିୟର ଲିଗ୍ (ଓପିଏଲ୍) କ୍ରିକେଟ୍ ପ୍ରତିଯୋଗିତାର ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ରେ ଭୁବନେଶ୍ୱର ବାଉନ୍ସର୍ସକୁ ୨୯ ରନ୍ରେ ପରାସ୍ତ କରି କଟକ ବାରବାଟୀ ସୁପର କିଙ୍ଗ୍ସ ବିଜେତା ହୋଇଛି। ଟସ୍ ହାରି ବ୍ୟାଟିଂ ପାଇଥିବା କଟକ ଦଳ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୪ ରନ୍ କରିଥିଲା। ଜବାବରେ ଭୁବନେଶ୍ୱର ଦଳ ସମାନ ୭ ଓ୍ଵିକେଟ୍ ହରାଇଥିଲେ ମଧ୍ୟ ୧୩୫ ରନ୍ରେ ଅଟକି ଯାଇଥିଲା। ୧୮ ବଲ୍ରୁ ୨୫ ରନ୍ କରିବା ପରେ ୨ ଓ୍ଵିକେଟ୍ ନେଇ ଅଲ୍ରାଉଣ୍ଡ୍ ପ୍ରଦର୍ଶନ କରିଥିବା ବିଜେତା ଦଳର ତପେନ୍ଦ୍ର ସିଂହ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଫାଇନାଲ୍ ପୂର୍ବରୁ ସେମିଫାଇନାଲ୍ରେ ଜଗତ୍ସିଂହପୁର କଳିଙ୍ଗାକୁ ୭୨ ରନ୍ରେ ପରାସ୍ତ କରି କଟକ ଦଳ ଫାଇନାଲ୍ ପ୍ରବେଶ କରିଥିଲା। କଟକ ୨୪୦/୨ କରିବା ପରେ ଜଗତ୍ସିଂହପୁରକୁ ୧୬୮/୮ରେ ରୋକି ଦେଇଥିଲା। ତନ୍ମୟ ମହାନ୍ତିି (୪୨ ବଲ୍ରୁ ୬୮ ରନ୍ ଓ ୨ ଓ୍ଵିକେଟ୍) ସେମିଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଉଦ୍ଯାପନୀ ଉତ୍ସବରେ ସୁବ୍ରତ କୁମାର ପରିଡ଼ା, ନିହାର ସାମନ୍ତରାୟ, କ୍ଷୀରୋଦ କୁମାର ଜେନା, କିଶୋର ଦ୍ୱିବେଦୀ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଭରତ ମହାପାତ୍ର, ଦେବେନ୍ଦ୍ର ଦାସ, ସୀତାଂଶୁ ମହାପାତ୍ର, ନଚିକେତା ବୁଗୁଡ଼ି, ସୁନୀଲ କୁମାର ମଲ୍ଲିକ, ସୁନୀଲ ନାୟକ, ଆକାଶ ଦାଶ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।
ବାଙ୍ଗାଲୋର ଓପିଏଲ୍: କଟକ ବିଜେତା
/sambad/media/post_attachments/wp-content/uploads/2018/01/8-OPL-Bangalore-champion.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)