ଓପିଟିସିଏଲ୍‌ ବାର୍ଷିକ କ୍ରୀଡ଼ା

ସ୍ମୃତିରଂଜନ, ଚିତ୍ତରଂଜନ, ସାଂଝା ବିଜେତା

ଭୁବନେଶ୍ୱର: ଓପିଟିସିଏଲ୍‌ର ଚତୁର୍ଦଶ ବାର୍ଷିକ କ୍ରୀଡ଼ା ଉତ୍ସବ ସ୍ଥାନୀୟ ରେଳବାଇ ପଡ଼ିଆରେ ରବିବାର ଅନୁଷ୍ଠିତ ହୋଇଯାଇଛି। ୫୦ ବର୍ଷରୁ ଅଧିକ ପୁରୁଷ ବର୍ଗରେ ସ୍ମୃତିରଂଜନ ତ୍ରିପାଠୀ, ୫୦ ବର୍ଷରୁ କମ୍‌ ପୁରୁଷ ବର୍ଗରେ ଚିତ୍ତରଂଜନ ବେହେରା ଏବଂ ମହିଳା ବର୍ଗରେ ସାଂଝା ମୁର୍ମୁ ବିଜେତା ହୋଇଥିଲେ। ପ୍ରତିଯୋଗିତାର ଏହି ତିନି ବର୍ଗରେ ୧୪୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ବରିଷ୍ଠ ମହାପ୍ରବନ୍ଧକ ଅଜୟ ପ୍ରସାଦ ପଣ୍ଡାଙ୍କ ତତ୍ୱାବଧାନରେ କ୍ରୀଡ଼ା ଆୟୋଜିତ ହୋଇଥିଲା। ଅତିଥି ଭାବେ ଶକ୍ତି ସଚିବ ହେମନ୍ତ ଶର୍ମା, କମ୍ପାନିର ନିର୍ଦେଶକ ରାଜେନ୍ଦ୍ର ସେନାପତି, ବିଭୁ ପ୍ରସାଦ ମହାପାତ୍ର, ମାନସ ଦାସ, ଉତ୍ତମ ସାମଲ ଏବଂ ରାଧାରମଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର