ପାଓ୍ଵାର କପ୍‌ କ୍ରିକେଟ୍‌ ସେମିରେ ଓପିଟିସିଏଲ୍‌

ଭୁବନେଶ୍ୱର: ଓପିଟିସିଏଲ୍‌ ଆନୁକୂଲ୍ୟରେ ରେଳବାଇ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ପାଓ୍ଵାର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ତ୍ରୟୋଦଶ ସଂସ୍କରଣରେ ଆୟୋଜକ ଓପିଟିସିଏଲ୍‌ ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ ପ୍ରବେଶ କରିଛି। ରବିବାର କ୍ୱାର୍ଟର ଫାଇନାଲ୍‌ରେ ଏହି ଦଳ ୯୧ ରନ୍‌ରେ ଫେଡ୍‌କୋକୁ ପରାସ୍ତ କରିଦେଇଛି। ଓପିଟିସିଏଲ୍‌ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୮୭ ରନ୍‌ କରିବା ପରେ ଫେଡ୍‌କୋ ୯ ଓ୍ଵିକେଟ୍‌ ବିନିମୟରେ ୯୬ ରନ୍‌ରେ ଅଟକି ଯାଇଥିଲା। ବିଜୟୀ ଦଳ ପକ୍ଷରୁ ଅଭୟ ମଲ୍ଲିକ ୪୪ ବଲ୍‌ରୁ ୬୯ ରନ୍‌ କରିଥିଲା ବେଳେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସମ୍ବିତ ହରିଚନ୍ଦନ ୧୯ ବଲ୍‌ରୁ ୪୪ ରନ୍‌ କରିଥିଲେ। ସମ୍ବିତ ମଧ୍ୟ ୨ଟି କ୍ୟାଚ୍‌ ନେଇଥିଲା ବେଳେ ଗୋଟିଏ ଷ୍ଟମ୍ପିଂ କରିଥିଲେ।

ସମ୍ବନ୍ଧିତ ଖବର