ଓସାକା ଜିତିଲେ ଦ୍ବିତୀୟ ଏସୀୟ ଟ୍ରଫି

ବେଜିଂ : ଜାପାନର ନାଓମୀ ଓସାକା ଦ୍ବିତୀୟ ଥର ଏସୀୟ ଟ୍ରଫି ଜିତି ନେଇଛନ୍ତି। ଏଠାରେ ଆୟୋଜିତ ଚାଇନା ଓପନ୍‌ର ରବିବାର ଫାଇନାଲ୍‌ରେ ଓସାକା ବିଶ୍ବର ଶୀର୍ଷ ମାନ୍ୟତାପ୍ରାପ୍ତ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟିଙ୍କୁ ୩-୬, ୬-୩ ଓ ୬-୨ ସେଟ୍‌ରେ ପରାସ୍ତ କରି ଟ୍ରଫି ହାତେଇଛନ୍ତି। ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ଓସାକା ମଧ୍ୟ ଦୁଇ ଜଣ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟର ଫାଇନାଲ୍‌ରେ ୟୁଏସ୍‌ ଓପନ୍‌ ବିଜୟିନୀ ବିଆଁକା ଆନ୍ଦ୍ରେସ୍କୁଙ୍କୁ ପରାସ୍ତ କରିଥିବା ଓସାକା ଫାଇନାଲ୍‌ରେ ଫ୍ରେଞ୍ଚ୍ ଓପନ୍‌ ବିଜୟିନୀ ବାର୍ଟିଙ୍କୁ ମାତ୍‌ ଦେଇଥିଲେ। ଗତମାସରେ ଜାପାନରେ ପାନ୍‌ ପାସିଫିକ୍‌ ଓପନ୍‌ ବିଜୟିନୀ ହେବା ପରେ ଓସାକାଙ୍କର ଏହା ଦ୍ବିତୀୟ ଏସୀୟ ଟ୍ରଫି।

ସମ୍ବନ୍ଧିତ ଖବର