କଟକ: ବକ୍ସିବଜାରଠାରେ ରାଜ୍ୟ ପୁଲିସ୍‌ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ପୁରୁଷ ବିଭାଗରେ ରାଉରକେଲାର ଓଏସ୍‌ଏପି ଚତୁର୍ଥ ବାଟାଲିଅନ୍‌ ଦଳଗତ ବିଜେତା ହୋଇଥିଲା ବେଳେ କଟକର ଓଏସ୍‌ଏପି ଷଷ୍ଠ ବାଟାଲିୟନ ଉପବିଜେତା ହୋଇଛି। ମହିଳା ବିଭାଗରେ କମିସନରେଟ୍‌ ଏ' ବିଜେତା ଓ ଭୁବନେଶ୍ବରର ଓଆଇଏସ୍‌ଏଫ୍‌ ଉପବିଜେତା ହୋଇଛି। ଆଶୁତୋଷ କୁମାର ଓ ବନିତା ଲାକ୍ରା ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ଓ ମହିଳା କ୍ରୀଡ଼ାବିତ୍‌ ଭାବେ ପୁରସ୍କୃତ ହୋଇଛନ୍ତି। ଉଦ୍‌ଯାପନୀ ଦିବସରେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ୧୦୦ ମିଟର ଦୌଡ଼ରେ କୋରାପୁଟ ଏସ୍‌ପି କେଭି ସି˚ହ ପ୍ରଥମ, କଳାହାଣ୍ତି ଏସ୍‌ପି ବାଟୁଲା ଗଙ୍ଗାଧର ଦ୍ବିତୀୟ ଓ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟପକ୍ଷରେ ଯୋଗରାଜ ଥାପ୍ପା, ବିମଳ ଥାପ୍ପା, ବର୍ଷା ନାଥ, ବିକ୍ରମ ଗର୍ତ୍ତି ମଗର, ସୀତାକାନ୍ତ ଓଝା, ରମାକାନ୍ତ ଓଝା, ସ˚ଯୁକ୍ତା ଡୁଙ୍ଗଡୁଙ୍ଗ, ମ˚ଜୁଳା ଖେସ୍‌ଙ୍କୁ ପୁରସ୍କୃତ କରାଯାଇଥିଲା। ୪ ଦିନ ଧରି ଆୟୋଜିତ ପ୍ରତିଯୋଗିତାରେ ୫୩ ଦଳରୁ ପ୍ରାୟ ୧୦୦୦ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପୁଲିସ୍‌ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଡିସିପି ଅଖିଳେଶ୍ବର ସି˚ହ, ପରିଚାଳନା କମିଟି ଉପାଧ୍ୟକ୍ଷ ବିନୟତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।