ଭୁବନେଶ୍ବର: ବିବିସିଏ ଦଶମ ନିରୋଜ ସ୍ମାରକୀ ଓସ୍କାର୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ସୋମବାର ଫାଇନାଲ୍‌ରେ ବିବିସିଏ ୬୦ ରନ୍‌ରେ ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଛି। ବିବିସିଏ ନିର୍ଧାରିତ ୨୫ ଓଭରରେ ୬ ୱିକେଟ୍‌ ହରାଇ ୨୦୨ ରନ୍‌ କରିଥିଲା। ସାରାଂଶ ରାଉତ (୮୦, ୬୦ ବଲ୍‌) ଏବଂ ଅଧିନାୟକ ଜଗଜିତ ଦାସ (୭୬, ୬୦ ବଲ୍‌) ଅର୍ଧଶତକ ହାସଲ କରିଥିଲେ। ସୌର୍ଯ୍ୟ ଜେନା ୩ ୱିକେଟ୍‌ ନେଇଥିଲେ। ଜବାବରେ ସହିଦ ୨୩.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୪୨ ରନ୍‌ କରିଥିଲା। ଏକେ ଆର୍ଯ୍ୟନ୍‌ (୬୨, ୪୮ବଲ୍‌) ଅର୍ଧଶତକ ଜମାଇଥିଲେ। ଶିଶିର ପଟ୍ଟନାୟକ ଓ ଚଗନ ପଟ୍ଟନାୟକ ୨‌ ଲେଖାଏଁ ୱିକେଟ୍‌ ନେଇଥିଲେ। ସାରାଂଶ ରାଉତ ଫାଇନାଲ୍‌, ଜଗଜିତ ଦାସ ପ୍ରତି‌ଯୋଗିତାର ଶ୍ରେଷ୍ଠ ଖେଳାଳି ଏବଂ ଅନ୍ୟାନ୍ୟ ବର୍ଗରେ ‌ଶ୍ରେଷ୍ଠ ଦେଇଥିବା ଆର୍‌କେ ଆର୍ଯ୍ୟନ୍‌ (ବ୍ୟାଟ୍ସମ୍ୟାନ୍‌), ଶିଶିର ପଟ୍ଟନାୟକ (ବୋଲର), ସୌର୍ଯ୍ୟ ଜେନା (କ୍ଷେତ୍ରରକ୍ଷକ), କୌଶିକ ନାୟକ (ୱିକେଟ୍‌ ରକ୍ଷକ) ପୁରସ୍କାର ପାଇଥିଲେ। ପ୍ରସନ୍ନ ବେହୁରା ଓ ସୁଶାନ୍ତ ଦାସ ମ୍ୟାଚ୍‌ ପରିଚାଳନା କରିଥି‌ଲେ। ଉଦ୍‌ଯାପନୀ ଉତ୍ସବରେ ମେୟର ଅନନ୍ତ ନରାୟଣ ଜେନା, ବିଧାୟକ ସରୋଜ ସାମଲ ଅତିଥି ଭାବେ ଯୋଗଦେଇଥିଲେ। ଓସ୍‌କାର କ୍ଲବ୍‌ର ସାଧାରଣ ସମ୍ପାଦକ ମନୋଜ କୁମାର ମହାରଣା ଉତ୍ସବ ପରିଚାଳନା କରିଥିଲେ।