ଏସଜେଏଫଆଇ କନଭେନସନ ଉଦଯାପିତ, ଓସଜା ଜିତିଲା ୩ ପୁରସ୍କାର

ଭୁବନେଶ୍ୱର: ବାଙ୍ଗାଲୋରର ଷ୍ଟାର ହୋଟେଲ ଲା’ ମାରିଡେନରେ ମଙ୍ଗଳବାର ରାତିରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବ ସହ ୪୧ତମ ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ଜାତୀୟ କନଭେନସନ ଉଦଯାପିତ ହୋଇଯାଇଛି। ଗତ ୪ଦିନ ଧରି ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏସିଆନ ଗେମ୍‌ସରେ ଦୁଇଟି ରୌପ୍ୟ ଜିତିଥିବା ଧାବିକା ଦୂତୀ ଚାନ୍ଦ ଏବଂ ସବୁଠାରୁ ବେଶୀ ଏଥିରେ ବିଶ୍ୱ ପ୍ରତିଯୋଗିତା ଜିତିଥିବା କ୍ୟୁ ସ୍ପୋର୍ଟସର ଚମ୍ପିଆନ ଖେଳାଳି ପଙ୍କଜ ଆଡଭାନୀ ଏବଂ ହକି ତାରକା ଏସଭି ସୁନୀଲ ଅତିଥି ଭାବରେ ଯୋଗ ଦେଇଥିଲେ।

ଏବର୍ଷ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ତିନୋଟି ପୁରସ୍କାର ହାସଲ କରିଛି। ଟେନପିନ ବୋଲିଂରେ ଓସଜାର ୩ଜଣିଆ ଦଳ- ସଂବିତ ମହାପାତ୍ର, ସୁକେଶ ବେହେରା ଏବଂ ଜଗଦୀଶ୍ୱର ଦାସ ବ୍ରୋଞ୍ଜ ପଦକ ପାଇଛନ୍ତି। ଏହି ପ୍ରତିଯୋଗିତାର ସେମି ଫାଇନାଲରେ ଟାଣୁଆ ଓ ପରେ ଚମ୍ପିଆନ ହୋଇଥିବା ବାଙ୍ଗାଲୋର କ୍ରୀଡ଼ା ସାମ୍ବାଦିକଙ୍କ ପାଖରୁ ହାରି ତୃତୀୟ ସ୍ଥାନ ପାଇଥିଲା। ତିନୋଟି ମ୍ୟାଚରେ ଓଡ଼ିଶା ଦଳ ୩୫୫, ୩୫୫ ଏବଂ ୩୩୪ ସ୍କୋର କରି ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ଟେନପିନ ବୋଲିଂ ଭାରତୀୟ ସଂଘର ଉପସଭାପତି ପରଭେଜ ଅହମ୍ମଦ ପ୍ରଦାନ କରିଥିଲେ ପଦକ।

ସେହିପରି ସଂବିତ, ସୁକେଶ ଓ ଜଗଦୀଶ୍ୱରଙ୍କୁ ନେଇ ଗଠିତ ଦଳ ପେନାଲଟି କିକରେ ମଧ୍ୟ ବ୍ରୋଞ୍ଜ ପଦକ ପାଇଛି। ପଙ୍କଜ ଆଡଭାନୀ ଏହି ପଦକ ପ୍ରଦାନ କରିଥିଲେ ତୃତୀୟ ସଫଳତା ପାଇଛନ୍ତି ସୁକେଶ ଜେକେ ବୋଷ ଟ୍ରଫିର ପ୍ରଥମ ମ୍ୟାଚରେ ଉରାଞ୍ଚଳ ବିପକ୍ଷରେ ସେ ୨ଛକା ସହ ଅପରାଜିତ ୫୨ ଏବଂ ବୋଲିଂରେ ଗୋଟିଏ ଓ୍ଵିକେଟ ପାଇଥିବା ସୁକେଶ ବେହେରାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା ଓଡ଼ିଶା ଗୌରବ ଦୂତୀ ଚାନ୍ଦ ଓଡ଼ଇା କ୍ରୀଡ଼ା ସାମ୍ବାଦିକମାନଙ୍କର ଏହି ସାଫଲ୍ୟରେ ଆନନ୍ଦିତ ହୋଇ ଷ୍ଟେଜ ଉପରକୁ ଯାଇ ଏକାଠି ଫଟୋ ଉଠାଇଥିଲେ। ପୁରସ୍କାର ପାଇଥିବା ୩ ସାମ୍ବାଦିକଙ୍କ ସହ ଓସଜାର ସମ୍ପାଦକ ସନାତନ ପାଣି ଓ ଉପସଭାପତି ସୁରେଶ ସ୍ୱାଇଁ ମଧ୍ୟ କନଭେନସନରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର