‘କ୍ରିକେଟ୍ର’ର ବିକାଶ ପାଇଁ କ୍ରୀଡ଼ା ସାମ୍ବାଦିକଙ୍କ ସହଯୋଗ ଚାହିଁଲେ ଓସିଏ ସମ୍ପାଦକ
ଓସିଏ ପଦାଧିକାରୀଙ୍କୁ ଓସ୍ଜାର ଭେଟ
ଭୁବନେଶ୍ୱର: ରାଜ୍ୟରେ କ୍ରିକେଟର ବିକାଶ ପାଇଁ ଆମ ନୂଆ ଟିମ୍ ଖୁବ୍ ନିଷ୍ଠାର ସହ କାମ କରିବାକୁ ନିଷ୍ପତ୍ତି ନେଇଛି। ତୃଣମୂଳ ସ୍ତରରୁ ପ୍ରତିଭାଙ୍କ ବିକାଶ ସହ ଏକାଡେମୀ ସ୍ଥାପନ କରିବା ଏବଂ କ୍ରିକେଟ ଭିତ୍ତିଭୂମିର ଉନ୍ନତି ପାଇଁ ଆମେ କାମ କରିବାକୁ ଯାଉଛୁ। କ୍ରିକେଟର ଏହି ବିକାଶ ଯାତ୍ରାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଙ୍ଘର ସବୁ ସଦସ୍ୟମାନେ ଗଠନମୂଳକ ସହଯୋଗ କରିବାକୁ ଗୁରୁବାର ଅନୁରୋଧ କରିଛନ୍ତି, ଓଡ଼ିଶା କ୍ରିକେଟ ସଂଘର ସଦ୍ୟ ନିର୍ବାଚିତ ସମ୍ପାଦକ ସଞ୍ଜୟ ବେହେରା। ଗୁରୁବାର ମଧ୍ୟାହ୍ନରେ ଓସିଏ ଅଫିସରେ ନବ ନିର୍ବାଚିତ ଓସିଏ ପଦାଧିକାରୀମାନଙ୍କୁ ସାକ୍ଷାତ କରିଥିଲା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ କ୍ରିକେଟର କିପରି ସର୍ବାଙ୍ଗୀନ ବିକାଶ ହୋଇପାରିବ, ସେଥିପାଇଁ ପରାମର୍ଶ ଦେବାକୁ ସେ ଅନୁରୋଧ କରିଥିଲେ। କ୍ରୀଡ଼ା ସାମ୍ବାଦିକମାନଙ୍କର ସମସ୍ତ ଅସୁବିଧା ଦୂର ପାଇଁ ଯଥାସମ୍ଭବ ଚେଷ୍ଟା ଓସିଏ ପକ୍ଷରୁ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ବାରବାଟୀ ଷ୍ଟାଡିୟମରେ ଓସ୍ଜା ଅଫିସ ପାଇଁ ଏକ ଗୃହ ପ୍ରଦାନ ବାବଦରେ ଦିଆଯାଇଥିବା ପତ୍ରକୁ ଓସିଏ ସମ୍ପାଦକ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର କାର୍ଯ୍ୟର୍ନିବାହୀ ସମ୍ପାଦକ ଅଭିଜିତ୍ ପାଲଙ୍କୁ ହସ୍ତାନ୍ତର କରିଥିଲେ । ଟୁଇନ୍ ସିଟିରେ ମିଡିଆ କପ୍ କ୍ରିକେଟ୍ ଆୟୋଜନ ଏବଂ ୨୦୨୦ ଓସ୍ଜା ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ କଟକରେ କରାଯିବା ବେଳେ ସହଯୋଗ କରିବାର ପ୍ରତିଶ୍ରୁତି ଓସିଏ ପକ୍ଷରୁ ଦିଆଯାଇଥିଲା।
ଓସିଏ ଓ ଓସ୍ଜା ଭେଟଭାଟ ବେଳେ ସମ୍ପାଦକ ସଞ୍ଜୟ ବେହେରାଙ୍କ ବ୍ୟତୀତ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହେତାବ ଖାଁ, କୋଷାଧ୍ୟ ଚ୍ଚବିକାଶ ପ୍ରଧାନ ଏବଂ ଆପେକ୍ସ କାଉନ୍ସିଲ୍ ସଦସ୍ୟ ସୁଭାଶିଷ ସେନାପତି ଉପସ୍ଥିତ ଥିଲେ ଯ ଓସ୍ଜାର ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ.ରବି, ଉପସଭାପତି ଦେବୀପ୍ରସନ୍ନ ମହାନ୍ତି, ସମ୍ପାଦକ ସମ୍ବିତ ମହାପାତ୍ର, ଯୁଗ୍ମ ସମ୍ପାଦକ ତପନ କୁମାର ସ୍ୱାଇଁ, ଦେବାଶିଷ ସୁନ୍ଦରାୟ, ସୂର୍ଯ୍ୟପ୍ରସାଦ ରଥ, ତନ୍ମୟ ଦାସ, ଦିପ୍ତୀ ରଞ୍ଜନ ସାମଲ, ବେଣୁଧର ଦାସ, ସୌଭାଗ୍ୟ କୁମାର ରଥ, ସୁଜିତ ଦାସ, ସନ୍ତୋଷ ମହାନ୍ତି, କୁମାରଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।