ଭୁବନେଶ୍ବର: କ୍ରୀଡ଼ା ସମ୍ବାଦ ପରିବେଷଣରେ ସ୍ବଚ୍ଛତା ଓ ନୈତିକତା ରକ୍ଷା କରିବାକୁ ବିଶ୍ବ କ୍ରୀଡ଼ା ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କ୍ରୀଡ଼ା ଏପରି ଏକ ବିଷୟ ଯେଉଁଥିରେ ସଫଳତା ଆସିବା ଅର୍ଥ ଦେଶ ଓ ରାଜ୍ୟର ସମ୍ମାନ ବୃଦ୍ଧି ଘଟିବା। ଏଣୁ କ୍ରୀଡ଼ା ଖବର ପରିବେଷଣ ସମୟରେ ସଚେତନ ହେବାକୁ ଅତିଥି ଓ ବରିଷ୍ଠ କ୍ରୀଡ଼ା ସାମ୍ବାଦିକମାନେ ଆହ୍ବାନ ଦେଇଛନ୍ତି। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା) ପକ୍ଷରୁ ଉତ୍କଳ କରାଟେ ସ୍କୁଲ ପରିସରରେ ବୁଧବାର ଅନୁଷ୍ଠିତ ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ଅବସରରେ ଖେଳରତ୍ନ ପୁରସ୍କାର ବିଜେତା ତଥା ପାରା ଅଲିମ୍ପିକ୍ ବ୍ୟାଡମିଣ୍ଟନ ସ୍ବର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତ ମୁଖ୍ୟଅତିଥି, ଅନ୍ତର୍ଜାତୀୟ ମହିଳା କ୍ରିକେଟର ରସ୍ନାରା ପରବିନ୍ ସମ୍ମାନିତ ଅତିଥିଭାବେ ଯୋଗଦେଇ କ୍ରୀଡ଼ାସାମ୍ବାଦିକଙ୍କ କାମକୁ ପ୍ରଶଂସା କରିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଡଃ ହରିପ୍ରସାଦ ପଟ୍ଟନାୟକ ଭାରତ ଭଳି ଓଡ଼ିଶାରେ କ୍ରୀଡ଼ାନୀତି ପ୍ରଣୟନ ଓ କ୍ରୀଡ଼ାବିତ୍ମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇଦେବାକୁ ଅନୁରୋଧ କରିଥିଲେ। ପ୍ରଥମଥର ଲାଗି ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟ ଫେଡେରେସନ ଅଫ୍ ଇଣ୍ଡିଆ (ଏସ୍ଜେଏଫ୍ଆଇ)କୁ ନିର୍ବାଚିତ ହୋଇଥିବା ଓସ୍ଜା ସମ୍ପାଦକ ସୁରେଶ ସ୍ବାଇଁ ଓ ସଭାପତି ସନ୍ଦୀପ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ଓସଜା ପକ୍ଷରୁ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଓସଜାର କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ, ବରିଷ୍ଠ ସଦସ୍ୟ ସନାତନ ପାଣି, ପୂର୍ବତନ ସଭାପତି କେ ରବି ସାମ୍ବାଦିକମାନଙ୍କୁ ଉଚ୍ଚକୋଟୀର ସମ୍ବାଦ ପରିବେଷଣ କରିବାକୁ ଆହ୍ବାନ ଦେଇଥିଲେ। ଉତ୍ସବରେ ବିଶିଷ୍ଟ କ୍ରୀଡ଼ାବିତ୍ ଅନୁପମା ସ୍ବାଇଁ, ଓସ୍ଜାର ବରିଷ୍ଠ ସଦସ୍ୟ ହିମାଂଶୁ ପତିମିଶ୍ର, ରଜନୀକାନ୍ତ ଶତ୍ରୁଶଲ୍ୟ, ବିଜୟ ରଣା, ସମୀକ୍ଷା ପଟ୍ଟନାୟକଙ୍କ ସହ ଓସ୍ଜାର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
OSJA
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/07/02/3ea67d88-fb77-40b3-895f-d0ae1a45750d-2025-07-02-20-06-22.jpg)