ଓଟିପିଏଲ୍‌: କେନ୍ଦ୍ରାପଡ଼ା, ଅନୁଗୁଳ, ପୁରୀ, ସମ୍ବଲପୁର ବିଜୟୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ରବିବାରଠାରୁ ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ୍‌ର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଛି। ରାଜ୍ୟର ୩୨ ଜଣ ପ୍ରମୁଖ ଖେଳାଳିଙ୍କୁ ନେଇ ଆୟୋଜିତ ଲିଗ୍‌ର ଦ୍ୱିତୀୟ ଦିବସରେ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ, ଅନଗୁଳ ଏସର୍ସ, ପୁରୀ େଓ୍ଵଭର୍ସ ଓ ସମ୍ବଲପୁର ସୁଟର୍ସ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ କେନ୍ଦ୍ରାପଡ଼ା ଦଳ ୪-୧ରେ ଭଦ୍ରକ ଭିକ୍ଟରକୁ ପରାସ୍ତ କରିଥିଲା। ସେହିଭଳି ଦ୍ୱିତୀୟ ମୁକାବିଲାରେ ଅନଗୁଳ ଏସର୍ସ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ କଟକ କନକ୍ୱିରର୍ସକୁ ୩-୨ରେ ଧୂଳି ଚଟାଇ ଦେଇଥିଲା। ତୃତୀୟ ଲଢ଼େଇରେ ପୁରୀ ଶକ୍ତିଶାଳୀ ଖୋର୍ଧା ଓ୍ଵାରିୟର୍ସକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଅନ୍ୟ ପକ୍ଷରେ ଦିନର ଚତୁର୍ଥ ତଥା ଶେଷ ମ୍ୟାଚ୍‌ରେ ସମ୍ବଲପୁର ସୁଟର୍ସ ଏକତରଫା ଭାବେ ୫-୦ରେ ସୁନ୍ଦରଗଡ଼ ବିରାନ୍ସକୁ ମାତ୍‌ ଦେଇଥିଲା।

ସମ୍ବନ୍ଧିତ ଖବର