ଓଭାଲ ଟେଷ୍ଟ: ଟସ୍‌ ଜିଣି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳୁଛନ୍ତି ଆଲିଷ୍ଟର କୁକ୍‌

ଲଣ୍ଡନ: ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୫ ଟେଷ୍ଟ ମ୍ୟାଚ୍‌ର ଅନ୍ତିମ ମୁକାବିଲା ଲଣ୍ଡନର ‘ଦ ଓଭାଲ’ ପଡ଼ିଆରେ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବୋଲିଂ କରିଛି। ଇଂଲଣ୍ଡ ୧୪ ଓଭରରେ କୌଣସି ଓ୍ଵିକେଟ୍‌ ନ ହରାଇ ୩୨ ରନ୍‌ ସଂଗ୍ରହ କରିଛି। ଆଲିଷ୍ଟର କୁକ୍‌ (୧୮) ଓ କେତନ ଜେନିଙ୍ଗସ୍‌ (୧୨) କ୍ରିଜ୍‌ରେ ଅଛନ୍ତି।

ଇଂଲଣ୍ଡ ପୂର୍ବ ଥର ଭଳି ଶୁକ୍ରବାର ମଧ୍ୟ ଟସ୍‌ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହୋଇଛି। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ହନୁମା ବିହାରୀ ଓ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ରବୀନ୍ଦ୍ର ଜାଦେଜାଙ୍କୁ ସୁଯୋଗ ମିଳିଛି।

ହନୁମା ବିହାରୀ ଏହି ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଡେବ୍ୟୁ କରିଛନ୍ତି। ସେ ହେଉଛନ୍ତି ଭାରତର ୨୯୨ତମ ଖେଳାଳି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍‌ କ୍ୟାରିୟରର ଏହା ହେଉଛି ଅନ୍ତିମ ମ୍ୟାଚ୍‌। ଏହା ପରେ ସେ କ୍ରିକେଟ୍‌ରୁ ସନ୍ୟାସ ନେବେ। ରୁଟ ଏହି ମ୍ୟାଚ୍‌ ପାଇଁ ନିଜର ଅନ୍ତିମ ଏକାଦଶରେ କୌଣସି ପରିବର୍ତ୍ତନ କରି ନାହାନ୍ତି।

ସମ୍ବନ୍ଧିତ ଖବର