ବିଦାୟ କାଳୀନ ମ୍ୟାଚ୍‌ରେ ଆଲିଷ୍ଟର କୁକ୍‌ ଦେଲେ ଅର୍ଦ୍ଧଶତକ ଉପହାର, ଇଂଲଣ୍ଡ ସ୍କୋର ୧/୧୧୫

ଲଣ୍ଡନ: ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରୁ ବିଦାୟ ନେବା ପୂର୍ବରୁ ଶୁକ୍ରବାର ଇଂଲଣ୍ଡର ପୂର୍ବତନ ଅଧିନାୟକ ନିଜ ଟିମ୍‌କୁ ଅର୍ଦ୍ଧଶତକ ଉପହାର ଦେଇଛନ୍ତି। ଭାରତ ବିପକ୍ଷରେ ଇଂଲଣ୍ଡ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ କୁକ୍‌ ୧୫୪ଟି ବଲ୍‌ରୁ ୫୮ ରନ୍‌ ସଂଗ୍ରହ କରି ବ୍ୟାଟିଂ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମୋଇନ୍‌ ଅଲ୍ଲୀ ୨୩ ରନ୍‌ ସଂଗ୍ରହ କରି ଥିବା ବେଳେ ଇଂଲଣ୍ଡ ୫୩ ଓଭର ଖେଳ ଶେଷ ପର୍ଯ୍ୟନ୍ତ ଗୋଟିଏ ଓ୍ଵିକେଟ୍‌ ହରାଇ୧୧୫ ରନ୍‌ ସଂଗ୍ରହ କରିଛି।

ଓଭାଲ ଗ୍ରାଉଣ୍ଡରେ ଜାରି ରହିଥିବା ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ବୋଲିଂ ଦାୟିତ୍ୱ ମିଳିଥିଲା। ଓପନ୍‌ର କେଟନ ଜିନିଙ୍ଗସ୍‌ ୭୫ଟି ବଲ ଖେଳି ୨୩ ରନ୍‌ ସଂଗ୍ରହ କରିଥିଲେ। ସେ ରବୀନ୍ଦ୍ର ଜାଦେଜାଙ୍କ ବଲ ଲୋକେଶ ରାହୁଲଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ। ଇଂଲଣ୍ଡ ୬୦ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ଭାରତ ଚଳିତ ଶୃଙ୍ଖଳାରେ କେବଳ ଗୋଟିଏ ମ୍ୟାଚ ଜିତି ୧-୩ରେ ପଛୁଆ ଅଛି।

ସମ୍ବନ୍ଧିତ ଖବର