ପେନଚାକ୍ ସିଲାଟ ସଂଘକୁ ଓଓଏ ସ୍ବୀକୃତି: ନବକି‌‌ଶୋର ଦାସ ମୁଖ୍ୟ ପୃଷ୍ଠପୋଷକ

ଭୁବନେଶ୍ବର: ପେନଚାକ୍ ସିଲାଟ୍ ଆସୋସିଏସନ୍, ଓଡ଼ିଶାକୁ ଓଡ଼ିଶା ଅଲିମ୍ପିକ୍ସ ସଂଘ (ଓଓଏ) ସ୍ବୀକୃତି ମିଳିଛି। ଏଥିଲାଗି ସଂଘର ସଭାପତି ତାପସ କୁମାର ରାୟ ଚୌଧୁରୀ ଏବଂ ସଂପାଦକ ପ୍ରେମ୍ ସିଂହ ଥାପାଙ୍କ ସହ ସମସ୍ତ ସଦସ୍ୟ ଓଓଏ ସଂପାଦକ ଅଭିଜିତ ପାଲଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଓଓଏର ଏହି ପଦକ୍ଷେପ ଓଡ଼ିଶାରେ ପେନଚାକ୍ ସିଲାଟ ଖେଳର ବିକାଶ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସେହିଭଳି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସଂଘର ମୁଖ୍ୟ ପୃଷ୍ଠପୋଷକ ହେବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏଥିଲାଗି ସଭାପତି ଶ୍ରୀ ରାୟ ଚୌଧୁରୀ ଏବଂ ସଂପାଦକ ପ୍ରେମ୍ ସିଂହ ଥାପ୍ପା ଶ୍ରୀ ଦାସଙ୍କୁ କୃତଜ୍ଞତା‌ ଜଣାଇ କହିଛନ୍ତି। ଭାରତରେ ଏହାର ଦ୍ରୁତ ପ୍ରସାର ହେଉଥିଲା ବେଳେ ଓଡ଼ିଆ ଖେଳାଳିମାନେ ମଧ୍ୟ ନିୟମିତ ଭାବେ ଜାତୀୟ ସ୍ତରରେ ଭଲ କରିଆସୁଛନ୍ତି।

ସମ୍ବନ୍ଧିତ ଖବର