ନୂଆଦିଲ୍ଲୀ: ପାରାବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କରକମଳରୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ତାଙ୍କ ସହ ଅନ୍ୟ ୭୩ଜଣ ସଫଳ ଭାରତୀୟଙ୍କୁ ମଧ୍ୟ ରାଷ୍ଟ୍ରପତି ଆଜି ବିଭିନ୍ନ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜାଭଲିନ୍ ତାରକା ନୀରଜ ଚୋପ୍ରା ମଧ୍ୟ ଆଜି ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହା ପୂର୍ବରୁ ଚଳିତ ମାସ ୨୧ ତାରିଖରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ୫୪ ଜଣ ପଦ୍ମ ପୁରସ୍କାର ଗ୍ରହଣ କରିଥିଲେ।
/sambad/media/post_attachments/wp-content/uploads/2022/03/645sf6h4f6h5shffhfhfh-300x177.jpg)
ପ୍ରମୋଦ ବିଡିବିଏର ମୁଖ୍ୟ ଉପଦେଷ୍ଟା
ଭୁବନେଶ୍ବର: ତିନି ଥର ପାରାବ୍ୟାଡମିଣ୍ଟନ୍ ବିଶ୍ୱ ବିଜେତା, ଅଲମ୍ପିକ୍ସ ସ୍ଵର୍ଣ୍ଣ ପଦକ ବିଜୟୀ, ଅର୍ଜୁନ ଓ ଖେଳ ରତ୍ନ ପୁରସ୍କାରପ୍ରାପ୍ତ ତଥା ପଦ୍ମଶ୍ରୀ ପ୍ରମୋଦ ଭଗତ ଭୁବନେଶ୍ୱର ଜିଲ୍ଲା ବ୍ୟାଡମିଣ୍ଟନ୍ ସଂଘ (ବିଡିବିଏ)ର ମୁଖ୍ୟ ଉପଦେଷ୍ଟା ପଦ ଗ୍ରହଣ କରିଛନ୍ତି। ସଂଘର କର୍ମକର୍ତ୍ତାମାନଙ୍କର ଅନୁରୋଧ ରକ୍ଷା କରି ଏହି ପଦ ଗ୍ରହଣ କରିଛନ୍ତି ସେ। ସଂଘର ମୁଖ୍ୟ ଉପଦେଷ୍ଟା ଭାବେ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଥିବାରୁ ସଭାପତି ଚଣ୍ଡୀ ପ୍ରସାଦ ଦାସ ଏବଂ ସାଧାରଣ ସମ୍ପାଦକ ସନ୍ତୋଷ ଚୌଧୁରୀ ଶ୍ରୀ ଭଗତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଭଗତଙ୍କ ଦିଗଦର୍ଶନରେ ସଂଘ ଏବଂ ଖେଳୁଥିବା ଯୁବ ପିଢ଼ି ଲାଭବାନ ହେବେ ବୋଲି ସଂଘର କର୍ମକର୍ତା ତଥା ୫ ଥର ବରିଷ୍ଠସ୍ତରୀୟ ରାଜ୍ୟ ବ୍ୟାଡମିଣ୍ଟନ୍ ବିଜେତା ବିଭାସ ପରିଡ଼ା ଆଶା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/d54g65g4da65gd4gdgdgd.jpg)