ପଦ୍ମିନୀଙ୍କୁ ଏସୀୟ ମୁକୁଟ

ଭୁବନେଶ୍ବର: ଭାରତର ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତ ମଙ୍ଗଳବାର ଏସୀୟ ମହାଦେଶୀୟ ଚେସ୍‌ ମୁକୁଟ କରାୟତ କରିଛନ୍ତି। ଫିଲିପାଇନ୍ସର ମକାତି ସିଟିରେ ଆୟୋଜିତ ୯ ରାଉଣ୍ଡ୍‌ ବିଶିଷ୍ଟ ଏହି ପ୍ରତିଯୋଗିତା‌ର ସପ୍ତଦଶ ସଂସ୍କରଣ ମହିଳା ବର୍ଗରେ ସେ ଅପରାଜିତ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଷ୍ଟମ ମାନ୍ୟତା ପଦ୍ମିନୀ ୯ ରାଉଣ୍ଡ୍‌ରୁ ୫ ବିଜୟ ଓ ୪ ଅମୀମାଂସିତ ରଖି ୭ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ସିଙ୍ଗାପୁରର ମହିଳା ଜିଏମ୍‌ କ୍ବାନ୍‌ୟୁନ୍‌ ଗୋଙ୍ଗ୍‌ (୭) ରୌପ୍ୟ ଓ ଭିଏତନାମର ଆଇଏମ୍‌ ଲି ଥାଓ ଗୁଏଁ ଫାମ୍‌ (୬.୫) କାଂସ୍ୟ ପଇଥିଲେ। ଏହି ସ୍ବର୍ଣ୍ଣ ସହ ପଦ୍ମିନୀ ୨୦୨୦ ମହିଳା ବିଶ୍ବ ଚେସ୍‌ ପ୍ରତିଯୋଗିତା ଲାଗି ଟିକେଟ୍‌ ହାସଲ କରିବା ସହ ୪,୦୦୦ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨,୮୨,୦୦୦ ଟଙ୍କା) ପୁରସ୍କାର ରାଶି ପାଇଛନ୍ତି

ସମ୍ବନ୍ଧିତ ଖବର