ଜାତୀୟ କନିଷ୍ଠ ଉଷୁରେ ପ୍ରଦ୍ୟୁମ୍ନଙ୍କୁ ୨ ପଦକ

ଭୁବନେଶ୍ୱର: ସୁନ୍ଦରଗଡ଼ର ପ୍ରଦ୍ୟୁମ୍ନ ବେହେରା ଜାତୀୟ କନିଷ୍ଠ ଉଷୁ ପ୍ରତିଯୋଗିତାରେ ଦୁଇଟି ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଚଳିତ ମାସ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରଦ୍ୟୁମ୍ନ ତାଓଲୁ ବିଭାଗର ନାନ୍‌କ୍ୱାନ୍‌ ବର୍ଗରେ ରୌପ୍ୟ ଏବଂ ନାନ୍‌ଦାଓରେ କାଂସ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୩ ବାଳକ ଏବଂ ୫ ବାଳିକା ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ସଫଳତା ପାଇଁ ପ୍ରଦ୍ୟୁମ୍ନଙ୍କୁ ଓଡ଼ିଶା ଉଷୁ ସଂଘର ସଭାପତି ସୁଧାଂଶୁ ଶେଖର ହରିଚନ୍ଦନ, ସମ୍ପାଦକ ପ୍ରଦ୍ୟୁମ୍ନ ବେହେରାଙ୍କ ସମେତ ସମସ୍ତ କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି।

ଓଡ଼ିଶା ଉପକନିଷ୍ଠ ଦଳ ଘୋଷିତ

ଜମ୍ମୁ ଓ କଶ୍ମୀରର ମୌଲାନା ଆଜାଦ ଷ୍ଟାଡିୟମରେ ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଜାତୀୟ ଉପକନିଷ୍ଠ ଉଷୁ ପ୍ରତିଯୋଗିତା ଲାଗି ଗୁରୁବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଦଳ ସହ ଶରତ କୁମାର ଦାସ ଓ ପଙ୍କଜ କୁମାର ମହାନ୍ତି ପ୍ରଶିକ୍ଷକ ଭାବେ ଏବଂ ପ୍ରଦ୍ୟୁମ୍ନ ବେହେରା ପ୍ରବନ୍ଧକ ଭାବେ ଯୋଗଦେବେ।
ତାଓଲୁ ବିଭାଗ: ଟୁନୁ ତକ୍ରି, କ୍ରିତିକା ପସେରି, ସାକ୍ଷୀ ସାଙ୍ଗି, ଆଦ୍ୟା ଅଗ୍ରଓ୍ଵାଲ୍‌, ମେହକ ଜୈନ, ଆକାଂକ୍ଷା ବାରିକ ଓ ସ୍ପଶ୍ୟା ଭୂୟାଁ, ଜିୟା ବାଜୋରିଆ, ଅଶୁତୋଷ ମହାରଣା ଓ ଚନ୍ଦନ କୁମାର ଡାକୁଆ।
ସାନ୍‌ସୋଇ ବିଭାଗ: ମାଲିନି ମୁଣ୍ଡା, ଶ୍ୱେତାରାଣୀ ମହାନ୍ତ, ସ୍ନେହା ସିଂହ, ସୁମିତ୍ରା ମୁଣ୍ଡା, ଯଶୋଦା ପୁର୍ତ୍ତି, ଆରତି ଗୋପ, କମଳା ମୁଣ୍ଡା, ମୁକ୍ତା ମୁଣ୍ଡା ଏବଂ ଅନନ୍ୟା ସିଂହ (ବଳିକା)। ରମେଶ ମୁଣ୍ଡା, ରାଜକୁମାର ମୁଣ୍ଡା, କୃଷ୍ଣ ମୁଣ୍ଡା, ନିରଞ୍ଜନ ମହାକୁଡ଼, ଅମର ପାତ୍ର, ରାଜେଶ ମୁଣ୍ଡା, ବବଲୁ ମୁଣ୍ଡା, ସଞ୍ଜୀବ ନାୟକ, ଗୁରୁଚରଣ ମୁଣ୍ଡା, କୃଷ୍ଣ ଖଣ୍ଡାୟତ ଏବଂ ଧନଞ୍ଜୟ ନାୟକ (ବାଳକ)।

ସମ୍ବନ୍ଧିତ ଖବର