ନୂଆଦିଲ୍ଲୀ: ପୂର୍ବତନ ବିଶ୍ବର ଏକ ନମ୍ବର ଯୁଗଳ ଖେଳାଳି ଲିଆଣ୍ଡର ପେସ୍ ଏବଂ ଟେନିସ୍ ବ୍ରଡ୍କାଷ୍ଟର ତଥା ପୂର୍ବତନ ଖେଳାଳି ବିଜୟ ଅମୃତରାଜ ଇତିହାସ ରଚିଛନ୍ତି। ପ୍ରଥମ ଏସୀୟ ପୁରୁଷ ଭାବେ ଅନ୍ତର୍ଜାତୀୟ ଟେନିସ ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି। ରୋଡ୍ ଆଇଲାଣ୍ଡସ୍ଥିତ ନ୍ୟୁପର୍ଟରେ ଆୟୋଜିତ ଏକ ଉତ୍ସବରେ ଉଭୟ ବ୍ରିଟିସ୍ ଟେନିସ୍ ସାମ୍ବାଦିକ ରିଚାର୍ଡ ଏଭାନ୍ସଙ୍କ ସହ ସମ୍ମାନିତ ହୋଇଥିଲେ। ଏହି ସମ୍ମାନ ପାଇବାରେ ପେସ୍ ଓ ଅମୃତରାଜ ପ୍ରଥମ ଭାରତୀୟ ହୋଇଛନ୍ତି। ୧୯୭୦ରୁ ୧୯୯୩ ପର୍ଯ୍ୟନ୍ତ ଖେଳିଥିବା ଅମୃତରାଜ ୧୫ ଏଟିପି ଏକକ ମୁକୁଟ ସହ ୩୯୯ ମ୍ୟାଚ୍ ଜିତିଥିଲେ। ସେ ଜୀବନର ଶ୍ରେଷ୍ଠ ମାନ୍ୟତା ୧୮ରେ ପହଞ୍ଚି ପାରିଥିଲେ। ତାଙ୍କ ନେତୃତ୍ବରେ ଭାରତ ୧୯୭୪ ଓ ୧୯୮୭ରେ ଡେଭିସ୍ କପ୍ ଖେଳିଥିଲା। ସଂପ୍ରତି ଦେଶରେ ଟେନିସର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି। ଅମୃତରାଜ ଯୁବ ଏକାଡେମିର ପୂର୍ବତନ ଛାତ୍ର ୫୧ ବର୍ଷୀୟ ପେସ୍ ୧୮ ଗ୍ରାଣ୍ଡ ସ୍ଲାମ୍ (ପୁରୁଷ ଯୁଗଳ ଓ ମିଶ୍ରିତ ଯୁଗଳ) ଟ୍ରଫି ଜିତିଛନ୍ତି। ୧୯୯୬ ଆଟ୍ଲାଣ୍ଟା ଅଲିମ୍ପିକ୍ସରେ ପୁରୁଷ ଏକକରେ କାଂସ୍ୟ ପଦକ ଜିତିଥିଲେ।
ଟେନିସ ହଲ୍ ଅଫ୍ ଫେମ୍ରେ ପେସ୍, ଅମୃତରାଜ
/sambad/media/post_attachments/wp-content/uploads/2024/07/dgjgdjdgjdgj-2.jpg)
/sambad/media/agency_attachments/2024-07-24t043029592z-sambad-original.webp)