ପଗ୍‌ବାଙ୍କ ବିଶ୍ବକପ୍‌ ବୁଟ୍‌ ୨୩ ଲକ୍ଷ

ପ୍ୟାରିସ୍: ଫ୍ରାନ୍ସକୁ ବିଶ୍ବକପ୍‌ ବିଜେତା କରାଇଥିବା ପଲ୍ ପଗ୍‌ବାଙ୍କ ବୁଟ୍‌ ୩୦,୦୦୦ ୟୁରୋରେ ନିଲାମ ହୋଇଛି। ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨୩ ଲକ୍ଷ ୪୧ ହଜାର ଟଙ୍କା ହେବ। ପଗବା ଯେଉଁ ଜୋତା ପିନ୍ଧି‌ କ୍ରୋଏସିଆ ବିପକ୍ଷ ଫାଇନାଲ୍ ଖେଳିଥିଲେ ଏବଂ ଦଳର ତୃତୀୟ ଗୋଲଟି ଦେଇଥିଲେ ତାକୁ ଫ୍ରାନ୍ସର ଏକ ଦାତବ୍ୟ ଅନୁଷ୍ଠାନକୁ ଦାନ କରିଥିଲେ। ଦୁର୍ଗମ ଅଞ୍ଚଳର ହାଇସ୍କୁଲ୍ ପିଲାଙ୍କ ଶିକ୍ଷା ପାଇଁ ଏହି ନିଲାମ ଅର୍ଥ ଖର୍ଚ ହେବ। ପଗ୍‌ବାଙ୍କ ଗୋଲ୍ ସହିତ ଫ୍ରାନ୍ସ ୪-୨ ଗୋଲ୍‌ରେ କ୍ରୋଏସିଆକୁ ପରାସ୍ତ କରିଥିଲା। ଦାତବ୍ୟ ଅନୁଷ୍ଠାନ କ୍ରିଷ୍ଟି କିନ୍ତୁ ଏହି ନିଲାମରୁ ୩୫,୦୦ରୁ ୫୦,୦୦୦ ୟୁରୋ ପାଇବା ଆଶା ରଖିଥିଲା। ପ୍ୟାରିସ୍‌ର ଏକ ବସ୍ତି ଅଞ୍ଚଳରୁ ପ୍ରତିକୂଳ ପରିବେଶରେ ପଗ୍‌ବା ବଢ଼ିଥିଲେ। ଅନ୍ୟପକ୍ଷରେ ୨୦୧୬ ୟରୋ କ୍ବାର୍ଟରଫାଇନାଲ୍‌ରେ ଆଇସଲାଣ୍ଡ୍ ବିପକ୍ଷ ବିଜୟରେ ପଗ୍‌ବା ପରିଧାନ କରିଥିବା ଜର୍ସି ୪,୦୦୦ ୟୁରୋରେ ନିଲାମ ହୋଇଛି। ଏହା ଆଶାଠାରୁ ୪ ଗୁଣାରେ ଯାଇଛି। ୨୦୧୭ ମସିହା ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ହଲାଣ୍ଡ୍ ବିପକ୍ଷ ବିଜୟର ଜର୍ସି ୩୦୦୦ ୟୁରୋରେ ବିକ୍ରୀ ହୋଇଛି। ଛବିଶ ବର୍ଷୀୟ ମଞ୍ଚେଷ୍ଟର ୟୁନାଇଟେଡ୍‌ ମିଡଫିଲଡର ପଗବା ଫ୍ରାନ୍ସ ପାଇଁ ୬୬ ମ୍ୟାଚ୍‌ ଖେଳି ୧୦ ଗୋଲ୍ ଦେଇଛନ୍ତି।

ସମ୍ବନ୍ଧିତ ଖବର