ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଚାନୁ ଚମକରୁ ସ୍ୱର୍ଣ୍ଣ ଅଭିଯାନ:ମଣିପୁର ମଣି:୬ କୀର୍ତିମାନ ସହିତ ଜିତିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ

ଗୋଲ୍‌ଡକୋଷ୍ଟ୍‍: ଭାରୋତ୍ତୋଳନରୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ଭାରତ ଗୋଲ୍‌ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଭିଯାନ ଆରମ୍ଭ କରିଛି। ମହିଳା ଭାରୋତ୍ତୋଳିକା ମୀରାବାଇ ଚାନୁ ସ୍ୱର୍ଣ୍ଣ ଜିତିବାର କିଛି ଘଣ୍ଟା ପୂର୍ବରୁ ଗୁରୁରାଜା ପୂଜାରୀ ରୌପ୍ୟ ପଦକ ଜିତିଥିଲେ। ଫଳରେ ଆଶା ମୁତାବକ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ମାଷ୍ଟର୍ସ କ୍ରୀଡ଼ା:ଓଡ଼ିଶାକୁ ଆଉ ୫ ପଦକ

ସମ୍ବଲପୁର: ଚଣ୍ଡିଗଡ଼ ମୋହାଲିରେ ଚାଲିଥିବା ପ୍ରଥମ ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ଗୁରୁବାର ଓଡ଼ିଶାକୁ ୨ ସ୍ୱର୍ଣ୍ଣ ସମେତ ଆଉ ୫ ପଦକ ମିଳିଛି। ଫଳରେ ୧୧ ସ୍ୱର୍ଣ୍ଣ ସମେତ ମୋଟ ପଦକ ସଂଖ୍ୟା ୩୧ରେ ପହଞ୍ଚିଛି। ଗୁରୁବାର ଦୌଡ଼କୁଦରେ ୨ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ମିଳିଥିଲା ବେଳେ ସନ୍ତରଣରେ ୨…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଚାଳକ ପୁଅ ‘ଗୁରୁରାଜା’

ଖେଳାଳି ଜୀବନ ଯେ କେତେ ଦୁର୍ବିସହ ଦେଇ ସଫଳତାର ଶିଖର ଛୁଇଁଥାଏ ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଗୁରୁରାଜା ପୂଜାରୀ। ଜଣେ ଟ୍ରକ୍‌ ଚାଳକର ପୁଅ ଗୁରୁରାଜା ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରୌପ୍ୟ ପଦକ ଜିତି ଦେଶ ତଥା ନିଜ ପାଇଁ ବେଶ କିଛି ଆନନ୍ଦ ମୁହୂର୍ତ ସାଉଁଟିଛନ୍ତି। କର୍ଣ୍ଣାଟକ ଉପକୂଳରେ…
ଅଧିକ ଖବର ଦେଖନ୍ତୁ...

ରିଙ୍ଗ୍ସ ଫାଇନାଲ୍‌ରେ ରାକେଶ

ଓଡ଼ିଆ ତାରକା ରାକେଶ କୁମାର ପାତ୍ର ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ହିଁ ନିଜ ଚମକ ଦେଖାଇଛନ୍ତି। ପୁରୁଷ ଜିମ୍ନାଷ୍ଟିକ୍ସର ରିଙ୍ଗ୍ସ ବର୍ଗରେ ସେ ଫାଇନାଲ୍‌ ପ୍ରବେଶ କରିଛନ୍ତି। ଗୁରୁବାର ଅପରାହ୍ନରେ ଅନୁଷ୍ଟିତ ରିଙ୍ଗ୍ସ ବର୍ଗର ଯୋଗ୍ୟତା ପର୍ଯ୍ୟାୟର ଷଷ୍ଠ ସ୍ଥାନରେ ରହି…
ଅଧିକ ଖବର ଦେଖନ୍ତୁ...

ବ୍ୟାଡ୍‌ମିଣ୍ଟନରେ ଯୁଗଳ ବିଜୟ:ଶ୍ରୀଲଙ୍କା ଓ ପାକିସ୍ତାନକୁ ହରାଇଲା ଭାରତ

ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଶା ଅନୁଯାୟୀ ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳ ଚମତ୍କାର ଆରମ୍ଭ କରିଛି। ଗୁରୁବାର ପ୍ରଥମ ଦିବସରେ ମିଶ୍ରିତ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ଖେଳିଥିବା ଦୁଇଟି ମ୍ୟାଚ୍‌ ଭାରତ ଜିତିନେଇଛି। ଭାରତ ପ୍ରଥମେ ଶ୍ରୀଲଙ୍କାକୁ ଏବଂ ପରେ ପାକିସ୍ତାନକୁ ସମାନ ବ୍ୟବଧାନ ୫-୦…
ଅଧିକ ଖବର ଦେଖନ୍ତୁ...

ଦୂରଦର୍ଶନରେ ଆଇପିଏଲ୍‌

ମୁମ୍ବାଇ: ଆଉ ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସମସ୍ତ ମ୍ୟାଚ୍‌ ଚଳିତ ବର୍ଷ ଦୂରଦର୍ଶନ ପ୍ରସାରଣ କରିବ। ତେବେ ଆସନ୍ତା ୭ ତାରିଖରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତାର ମ୍ୟାଚ୍‌ଗୁଡ଼ିକ ଦୂରଦର୍ଶନରେ ଗୋଟିଏ ଘଣ୍ଟା ବିଳମ୍ବରେ ପ୍ରସାରିତ ହେବ।…
ଅଧିକ ଖବର ଦେଖନ୍ତୁ...

ଷ୍ଟାର ସ୍ପୋର୍ଟସ୍‌କୁ ପୁଣି କ୍ରିକେଟ୍‌ ପ୍ରସାରଣ ଦାୟିତ୍ୱ:୬୧୩୮ କୋଟିରେ ନେଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ୫ ବର୍ଷିଆ ପ୍ରସାରଣ ଅଧିକାର ପାଇଁ ୩ ଦିନ ଧରି ଚାଲିଥିବା ଇ-ନିଲାମ ପ୍ରକ୍ରିୟା ଗୁରୁବାର ଶେଷ ହୋଇଛି। ଏଥିରେ ସୋନି ଏବଂ ଜିଓକୁ ପଛରେ ପକାଇ ଷ୍ଟାର୍‌ ଇଣ୍ଡିଆ ୬୧୩୮.୧ କୋଟି ଟଙ୍କାରେ କିଣି ପ୍ରସାରଣ ଅଧିକାରକୁ ନିଜ ପାଖରେ…
ଅଧିକ ଖବର ଦେଖନ୍ତୁ...

ଡୋପ୍‌ ଟେଷ୍ଟ୍‌ରେ ଧରାପଡ଼ିଲେ ଘାସିରାମ

ବ୍ରହ୍ମପୁର: ଗତ ଫେବୃଆରି ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରେ ଆୟୋଜିତ ହୋଇଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ବାଳକ ବିଭାଗରେ ୩ ରୌପ୍ୟ ପଦକ ହାସଲ କରିଥିବା ବ୍ରହ୍ମପୁର ଛାତ୍ରାବାସର ଅନ୍ତେଃବାସୀ ଘାସିରାମ ଖୋରା ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ଓଡ଼ିଶା ଭାରୋତ୍ତୋଳନ ସଂଘ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଓପନ୍‌ ଚେସ୍‌ ୧୪ରୁ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚେସ୍‌ ସଂଘ (ଓଏସ୍‌ସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ୍‌-୨ ସ୍ଥିତ ସଚିବାଳୟ ଚିତ୍ତବିନୋଦନ କ୍ଲବ୍‌ରେ ଆସନ୍ତା ୧୪ ଏବଂ ୧୫ ତାରିଖ ଦୁଇ ଦିନ ଧରି ରାଜ୍ୟ ଓପନ୍‌ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଶ୍ରେଷ୍ଠ ୨୫ ଜଣଙ୍କୁ ମୋଟ ୩୦,୭୦୦ ଟଙ୍କାର ପୁରସ୍କାର…
ଅଧିକ ଖବର ଦେଖନ୍ତୁ...

ଅନ୍ତଃଜୋନ୍‌ ତିନିଦିନିଆ ମହିଳା କ୍ରିକେଟ୍‌ : ପରାଜୟ ସହ ତାଲିକା ନିମ୍ନରେ ପୂର୍ବାଞ୍ଚଳ

କଟକ: କେରଳରେ ଚାଲିଥିବା ଅନ୍ତଃଜୋନ୍‌ ତିନିଦିନିଆ ମହିଳା କ୍ରିକେଟ୍‌ ପ୍ରତିଯୋଗିତାର ଶେଷ ଲିଗ୍‌ରେ ପୂର୍ବାଞ୍ଚଳ ପରାସ୍ତ ହୋଇଛି। ଦକ୍ଷିଣାଞ୍ଚଳ ୧୧୯ ରନ୍‌ରେ ପୂର୍ବାଞ୍ଚଳକୁ ପରାସ୍ତ କରିଦେଇଛି। ଆଉ ଏହି ପରାଜୟ ସହ ପୂର୍ବାଞ୍ଚଳ ମାତ୍ର ୫ ପଏଣ୍ଟ ପାଇ ତାଲିକା ନିମ୍ନରେ ରହିଛି। ଶେଷ ଦିନରେ…
ଅଧିକ ଖବର ଦେଖନ୍ତୁ...