ଦୁବାଇ : ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଏସିଆ କପର ଏକ ମ୍ୟାଚରେ ଓମାନ ଆଗରେ ୧୬୧ ରନର ବିଜୟ ଲକ୍ଷ୍ୟ ରଖଛି ପାକିସ୍ତାନ।
ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୦ ରନ କରିଥିଲା । ଦଳ ପକ୍ଷରୁ ମହମ୍ମଦ ହ୍ୟାରିସ ୬୬ ରନ କରିଥିବାବେଳେ ସାହିବଜାଦା ଫରହାନ ୨୯ ରନ ଓ ଫକର ଜମାନ ୨୩ ରନ କରିଥିଲେ । ସେହିପରି ମହମ୍ମଦ ନଓ୍ବାଜ ୧୯ ରନକରିଥିଲେ । ଓମାନ ପକ୍ଷରୁ ଶାହ ଫୈଜଲ ଓ ଆମିର କଲିମ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମହମ୍ମଦ ନଦୀମ ଗୋଟିଏ ଓ୍ବିକେଟ ନେଇଥିଲେ ।
ଏସିଆ କପରେ ଆସନ୍ତା କାଲି ବାଂଲାଦେଶ ଶ୍ରୀଲଙ୍କାକୁ ଭେଟିବ । ସେହିପରି ଆସନ୍ତା ରବିବାର ଏସିଆ କପର ସବୁଠାରୁ ହାଇ ପ୍ରୋଫାଇଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/12/g0p0omvasaajsod-2025-09-12-21-54-30.jpg)