ଟି-୨୦ ବିଶ୍ବକପ : ପାକିସ୍ତାନ ୫ ଓ୍ବିକେଟରେ ବିଜୟୀ, ଲଢେଇ କରି ହାରିଲା ଆଫଗାନିସ୍ତାନ

ଦୁବାଇ : ଟି-୨୦ ବିଶ୍ବକପ ଗ୍ରପ-୨ର ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ଆଫଗାନିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ପାକିସ୍ତାନ ନିଜର ଅପରାଜେୟ ରେକର୍ଡ ବଜାୟ ରଖିଛି । ତେବେ ଶକ୍ତିଶାଳୀ ପାକିସ୍ତାନ ସହ ଲଢେଇ କରି ଆଫଗାନିସ୍ତାନ ସମସ୍ତଙ୍କ ହୃଦୟ ଜିତିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୪୭ ରନର ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ପାକିସ୍ତାନ ଗୋଟିଏ ଓଭର ବାକି ଥାଇ ଜିତିନେଇଥିଲା । ପାକିସ୍ତାନ ପକ୍ଷରୁ ବାବର ଆଜମ ୫୧, ଫକର ଜମାନ ୩୦ ଓ ଆସିଫ ଅଲି ୨୫ରନ କରିଥିଲେ ।

ଆଜିର ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ଆରମ୍ଭରୁ ୩ଟି ଓ୍ବିକେଟ ହରାଇଥିଲେ ବି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନଙ୍କ ଉତ୍ତମ ପ୍ରଦର୍ଶନ ଯୋଗୁଁ ନିର୍ଦ୍ଧାରିତ ୨୦ ଓଭରରେ ୧୪୬ରନ କରିପାରିଥିଲା । ଦଳ ପକ୍ଷରୁ ନବି ଓ ଗୁଲବୁଦ୍ଦିନ ୩୫ ରନ ଲେଖାଏଁ କରିଥିଲେ । ପାକିସ୍ତାନ ପକ୍ଷରୁ ଇମାଦ ଓ୍ବାସିମ ୨ଟି ଓ୍ବିକେଟ ନେଇଥିବାବେଳେ ସାହିନ ଆଫ୍ରିଦି, ହାସାନ ଅଲି, ହାରିସ ରୌଫ ଓ ସଦାବ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର