ଭାରତ-ପାକିସ୍ତାନ ମହାମୁକାବିଲା : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ

ଇଂଲାଣ୍ଡର ଶିଳ୍ପନଗରୀ ମାଞ୍ଚେଷ୍ଟରର ଓଲଡ ଟାଫର୍ଟ ଠାରେ ଆଜି ଅନୁଷ୍ଠିତ ହେଉଛି ଚଳିତ ବିଶ୍ୱକପର ସବୁଠାରୁ ଆକର୍ଷଣୀୟ ମ୍ୟାଚ- ଭାରତ ବନାମ ପାକିସ୍ତାନ । ଏହି ମ୍ୟାଚ ଉପରେ ବର୍ଷାର କଳାବାଦଲ ଥିଲେ ମଧ୍ୟ ଦର୍ଶକଙ୍କ ଉତ୍ସାହ ଟିକିଏ ମଧ୍ୟ ଫିକା ପଡିନାହିଁ ।

ଆଶ୍ୱସ୍ତିର କଥା ହେଉଛି ମ୍ୟାଚର ଟସ ପଡିଯାଇଛି । ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି । ପଗ ମେଘୁଆ ଥିବାରୁ ପ୍ରଥମ ଇନିଂସରେ ପିଚ ବୋଲରଙ୍କୁ ସୁହାଇବ ବୋଲି ବିଚାର କରି ପାକ ଅଧିନାୟକ ପ୍ରଥମେ ବୋଲିଂ ନେଇଥିବା କୁହାଯାଉଛି ।

ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ଗୋଟିଏ ମାତ୍ର ବିଜୟ ହାସଲ କରିଥିବାବେଳେ ୨ଟି ମ୍ୟାଚରେ ପରାଜୟ ବରଣ କରିଛି ଓ ଆଉ ଏକ ମ୍ୟାଚ ବର୍ଷା ଧୋଇନେଇଛି । ଏଣୁ ପାକିସ୍ତାନ ଏବେ ମାତ୍ର ୩ ପଏଣ୍ଟ ପାଇଛି । ଭାରତ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୨ଟି ବିଜୟ ଓ ଗୋଟିଏ ବର୍ଷା ଯୋଗୁଁ ପଏଣ୍ଟ ଭାଗ କରିଛି । ଏହି ୩ଟି ମ୍ୟାଚରେ ଭାରତ ମୋଟ ୫ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର