ବିଶ୍ୱକପରେ ପାକିସ୍ତାନ-ଇଂଲାଣ୍ଡ ମୁକାବିଲା, ପାକିସ୍ତାନ ୨୭ ଓଭରରେ ୧୬୦/୨

ଟେଣ୍ଟବ୍ରିଜ (ନଟିଂହାମ) : ନଟିଂହାମ (ଇଂଲାଣ୍ଡ)ର ଟେଣ୍ଟବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟ ୨୦୧୯ର ୬ଷ୍ଠ ମ୍ୟାଚରେ ଆଜି ଘରୋଇ ଇଂଲାଣ୍ଡ ପାକିସ୍ତାନକୁ ଭେଟୁଛି ।

ଏହି ମ୍ୟାଚରେ ଇଂଲାଣ୍ଡର ଅଧିନାୟକ ଇଓନ ମର୍ଗାନ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରି ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ୨୭ ଓଭରରେ ୨ ଓ୍ଵିକେଟ ହରାଇ ୧୬୦ ରନ ସଂଗ୍ରହ କରିଛି । ପାକିସ୍ତାନର ଦୁଇ ଓପନର ଫକର ଜମାଲ ଓ ଇମାମ-ଉଲ-ହକ୍‌ ଦଳର ଇନିଂସ ବେଶ ସତର୍କତାର ସହ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ଵିକେଟରେ ୮୨ ରନ ସଂଗ୍ରହ କରିଥିଲେ । ପ୍ରଥମ ଓ୍ଵିକେଟ ଭାବେ ପାକିସ୍ତାନ ଫକର ଜମାଲଙ୍କୁ ହରାଇବା ପରେ ଦଳୀୟ ସ୍କୋର ୧୧ ବେଳେ ୨ ଓ୍ଵିକେଟ ଭାବେ ଅନ୍ୟତମ ଓପନର ଇମାମ-ଉଲ-ହକଙ୍କ ଓ୍ଵିକେଟ ହରେଇଥିଲା । ଏବେ ବାବର ଆଜମ ୨୫ ରନ ଓ ମହମ୍ମଦ ହଫିଜ ୭ ରନ କରି କ୍ରିଜରେ ଅଛନ୍ତି ।

ଇଂଲାଣ୍ଡ ନିଜଟ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରେଇଥିବାବେଳେ ପାକିସ୍ତାନ େଓ୍ଵଷ୍ଟ ଇଣ୍ଡିଜଠାରୁ ହାରିଥିଲା ।

ସମ୍ବନ୍ଧିତ ଖବର