ଆଗାମୀ ମ୍ୟାଚରେ ଭାରତକୁ ହରାଇ ଦିଅ, ମୁଁ ଜିମ୍ବାୱେ ଯୁବକଙ୍କୁ ବିବାହ କରିବି: ପାକ୍ ଅଭିନେତ୍ରୀ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ରେ ପାକିସ୍ତାନର ଅବସ୍ଥା ଶୋଚନୀୟ ହୋଇପଡ଼ିଛି| ସେମିଫାଇନାଲରେ ପ୍ରବେଶ କରିବାର ରାସ୍ତା ମଧ୍ୟ କଠିନ ହୋଇଛି। ଏମଧ୍ୟରେ ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରୀ ନିଜର ବିବାଦୀୟ ଟ୍ୱିଟ ଯୋଗୁଁ ଲାଇମଲାଇଟକୁ ଆସିଛନ୍ତି। ଏହି ଟୁଇଟରେ ସେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ପରବର୍ତ୍ତୀ ମ୍ୟାଚ୍ ବିଷୟରେ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ ଯଦି ଜିମ୍ବାୱେ ଦଳ ପରବର୍ତ୍ତୀ ମ୍ୟାଚରେ ଭାରତୀୟ ଦଳକୁ ପରାସ୍ତ କରେ ତେବେ ସେ ଜିମ୍ବାୱେ ଯୁବକଙ୍କୁ ବିବାହ କରିବେ। ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଯଦି ଜିମ୍ବାୱେ ଦଳ ପରବର୍ତ୍ତୀ ମ୍ୟାଚରେ ଚମତ୍କାର କରି ଭାରତକୁ ପରାସ୍ତ କରେ ତେବେ ମୁଁ ଜିମ୍ବାୱେ ଯୁବକଙ୍କୁ ବିବାହ କରିବି। ଏଭଳି ଟ୍ବିଟ  ପରେ ଟ୍ବିଟର ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଜଣେ ଟ୍ବିଟର ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ତା’ହେଲେ ମୋତେ ଦୁଃଖ ଲାଗିବ, କାରଣ ଆପଣଙ୍କ ବିବାହ ହୋଇପାରିବ ନାହିଁ।

ତେବେ ରବିବାର ଭାରତ ଏବଂ ଜିମ୍ବାୱେ ଦଳ ମୁହାଁମୁହିଁ ହେବେ। ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ଜବରଦସ୍ତ ଫର୍ମରେ ରହିଛି। ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏହି ପରାଜୟ ପରେ ପାକିସ୍ତାନୀ ପ୍ରଶଂସକମାନେ କ୍ରୋଧ ପ୍ରକାଶ କରିବା ସହ କ୍ରମାଗତ ଭାବେ ଟିମ୍ ଇଣ୍ଡିଆ ବିରୋଧୀ ମନ୍ତବ୍ୟ ଦେଉଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର