େଓ୍ଵଲିଂଟନ: ନ୍ୟୁଜିଲାଣ୍ଡ ଗସ୍ତରେ ପାକିସ୍ତାନର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ୫ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ଚାରି ମ୍ୟାଚ୍ ହାରି ୦-୪ରେ ପଛୁଆ ଥିବା ଏହି ପୂର୍ବତନ ବିଶ୍ୱ ବିଜେତା ଦଳ ଶୁକ୍ରବାରର ପଞ୍ଚମ ଦିନିକିଆକୁ ମଧ୍ୟ ୧୫ ରନ୍ରେ ହାରି ଯାଇଛି। ଫଳରେ ଘରୋଇ ନ୍ୟୁଜିଲାଣ୍ଡ ୫-୦ରେ ଶୃଙ୍ଖଳା ପୋଛି ନେଇଛି।
େଓ୍ଵଲିଂଟନରେ ଖେଳା ଯାଇଥିବା ଏହି ମୁକାବିଲାରେ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲ (୧୦୦)ଙ୍କ ଶତକ ବଳରେ ନିର୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୭୧ ରନ୍ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ରସ୍ ଟେଲର ୫୯ ଏବଂ କଲିନ ମୁନ୍ରୋ ୩୪ ରନ୍ କରିଥିଲେ। ଏହାର ଜବାବରେ ପାକିସ୍ତାନ ହାରିସ୍ ସୋହେଲ (୬୩) ଏବଂ ସର୍ଫରାଜ ଅହମ୍ମଦ (୫୪)ଙ୍କ ଅର୍ଧଶତକ ସତ୍ତ୍ୱେ ୪୯ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୨୫୬ ରନ୍ କରି ପାରିଥିଲା। ଗପ୍ଟିଲ ମ୍ୟାଚ୍ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୭୧/୭ (ମାର୍ଟିନ ଗପ୍ଟିଲ ୧୦୦, ରସ୍ ଟେଲର ୫୯, ମଲିନ୍ ମୁନ୍ରୋ ୩୪, ରୁମନ ରଇସ୍ ୩/୬୭, ଫହିମ ଅସ୍ରଫ ୨/୪୯)। ପାକିସ୍ତାନ ୪୯ ଓଭରରେ ୨୫୬ (ହାରିସ୍ ସୋହେଲ ୬୩, ସଦାବ ଖାନ୍ ୫୪, ମ୍ୟାଟ୍ ହେନରି ୪/୫୩, ମିଚେଲ ସାଣ୍ଟନର ୩/୪୦)।
ପାକିସ୍ତାନ ପୁଣି ହାରିଲା
ନ୍ୟୁଜିଲାଣ୍ଡ ୫-୦ରେ ଶୃଙ୍ଖଳା ପୋଛିଲା
/sambad/media/post_attachments/wp-content/uploads/2018/01/1-New-Zealand-overcome-late-surge-to-seal-5-0-sweep.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)