ଏସିଆ କପ୍ : ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ, ୧୨୧ରେ ଅଲଆଉଟ୍ କଲା ଶ୍ରୀଲଙ୍କା

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପର ଏକ ମ୍ୟାଚରେ ଶ୍ରୀଲଙ୍କା ଉନ୍ନତ ବୋଲିଂର ପ୍ରଦର୍ଶନ କରି ପାକିସ୍ତାନକୁ ମାତ୍ର ୧୨୧ରନରେ  ଅଲଆଉଟ କରିଦେଇଛି । ଫଳରେ  ବିଜୟ ପାଇଁ ଶ୍ରୀଲଙ୍କା ଆଗରେ ୧୨୨ରନର ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ପାକିସ୍ତାନର ଷ୍ଟାର ଓପନର ମହମ୍ମଦ ରିଜଓ୍ବାନ ମାତ୍ର ୧୪ ରନ କରି ଆଉଟ ହୋଇଥିଲେ । ବାବର ଆଜମ ୩୦ ରନ କରିଥିବାବେଳେ ଫକର ଜମାନ ଓ ଇଫତିକାର ଅହମଦ ୧୩ ରନ ଲେଖାଏଁ କରିଥିଲେ । ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ମହମ୍ମଦ ନଓ୍ବାଜଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ନଓ୍ବାଜ ୨୬ ରନ କରିଥିଲେ ।

ଶ୍ରୀଲଙ୍କା ପକ୍ଷରୁ ଓ୍ବାନିଣ୍ଡୁ ହସରଙ୍ଗା ୩ଟି ଓ୍ବିକେଟ୍ ନେଇଥିବାବେଳେ ମହିଶ ତିକସନା ଓ ପ୍ରମୋଦ ମଧୁଶଙ୍କା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଧନଞ୍ଜୟ ଡି’ସିଲଭା ଓ ଚମିକା କରୁଣାରତ୍ନେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଉଭୟ ଶ୍ରୀଲଙ୍କା ଓ ପାକିସ୍ତାନ ଆସନ୍ତା ରବିବାରଦିନ ଫାଇନାଲ ଖେଳିବେ । ଏଣୁ ଏହି ମ୍ୟାଚକୁ ଫାଇନାଲ ପୂର୍ବର ଅଭ୍ୟାସ ଭାବେ ଦେଖାଯାଉଛି । ସୁପର-୪ର ଅନ୍ୟ ଦୁଇଟି ଦଳ ଭାରତ ଓ ଆଫଗାନିସ୍ତାନ ଟୁର୍ଣ୍ଣାମେଣ୍ଟରୁ ପୂର୍ବରୁ ହିଁ ବାଦ ପଡ଼ିସାରିଛନ୍ତି ।

 

 

ସମ୍ବନ୍ଧିତ ଖବର