କରାଚି: ଅଭିଜ୍ଞ ବାମହାତୀ ଦ୍ରୁତ ବୋଲର ମହମ୍ମଦ ଆମୀର ଶେଷରେ ପାକିସ୍ତାନ ବିଶ୍ବକପ୍ ଦଳରେ ସାମିଲ ହୋଇଛନ୍ତି। ଚଳିତ ଇଂଲଣ୍ଡ ଗସ୍ତରେ ଏକମାତ୍ର ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ସାଙ୍ଗକୁ ଦୁଇଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ରେ ତାଙ୍କର ଦମ୍ଦାର ପ୍ରଦର୍ଶନ ମନୋନୟନକର୍ତାଙ୍କୁ ପ୍ରଭାବିତ କରିଛି। ଫଳରେ ପାକିସ୍ତାନ ଗୁରୁବାର ଆମୀରଙ୍କୁ ଦଳରେ ସାମିଲ କରିଛି। ଖରାପ ଫର୍ମ ପାଇଁ ଆମୀରଙ୍କ ଉପରୁ ପିସିବି ଆସ୍ଥା ତୁଟାଇ ବିଶ୍ବକପ୍ ଦଳରୁ ବାଦ୍ ଦେଇଥିଲା। ହେଲେ ଏବେ ମତ ବଦଳାଇଛି। ବିଶେଷକରି ଅଧିନାୟକ ସର୍ଫରାଜ ଅହମ୍ମଦ ଏବଂ ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥର ମଧ୍ୟ ଆମୀରଙ୍କ ସାମିଲକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ହେଲେ ଆମୀର ହାଡଫୁଟିରେ ଆକ୍ରାନ୍ତ ଥିବାରୁ ସେ ଠିକ୍ ସମୟରେ ସୁସ୍ଥ ହୋଇପାରିବେ କି ନାହିଁ ପ୍ରଥମେ ଦେଖିବା ଦରକାର ବୋଲି ମୁଖ୍ୟ ଚୟନକର୍ତା ଇଞ୍ଜାମମ୍ ଉଲ୍ ହକ୍ କହିଛନ୍ତି। ଏହି ଦୃଷ୍ଟିରୁ ଦଳୀୟ କର୍ତୃପକ୍ଷ ଓ ଇଞ୍ଜାମମ୍ ପ୍ରଥମେ ଆମୀରଙ୍କ ଡାକ୍ତରୀ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଯଦି ପାକ୍ କ୍ରିକେଟ୍ ବୋର୍ଡ ଆମୀରଙ୍କ ସୁସ୍ଥତା ସଂପର୍କରେ ସ୍ପଷ୍ଟ କରିବ ତେବେ ବିଶ୍ବକପ୍ ଦଳରେ ତାଙ୍କୁ ନେବାକୁ କିଛି ଅସୁବିଧା ନାହିଁ ବୋଲି ଦଳୀୟ କର୍ତୃପକ୍ଷ ଓ ଇଞ୍ଜାମମ୍ କହିଛନ୍ତି।
ପାକିସ୍ତାନ ବିଶ୍ବକପ୍ ଦଳରେ ଆମୀର ସାମିଲ
/sambad/media/post_attachments/wp-content/uploads/2019/05/MohammadAmir1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)