ଟି୨୦ ବିଶ୍ବକପ : ଭାରତ ବିପକ୍ଷ ମ୍ୟାଚ ପାଇଁ ଦଳ ଘୋଷଣା କଲା ପାକିସ୍ତାନ

ପାକିସ୍ତାନକୁ ହାଲକା ଭାବେ ନେଉନାହୁଁ  : ବିରାଟ

ଦୁବାଇ : ଟି-୨୦ ବିଶ୍ବକପରେ ଆସନ୍ତା କାଲି ଅନୁଷ୍ଠିତ ହେବ ଭାରତ-ପାକିସ୍ତାନ ମହା ମୁକାବିଲା ।   ଏହି ମ୍ୟାଚ ପାଇଁ ପାକିସ୍ତାନ ନିଜର ଦଳ ଘୋଷଣା କରିଛି । ବାବର ଆଜମଙ୍କ ନେତୃତ୍ବରେ ଥିବା ଏକ ଦଳରେ ଆସିଫ ଅଲ୍ଲି, ଫକର ଜମାନ, ହାଇଦର ଅଲ୍ଲି, ମହମ୍ମଦ ରିଜଓ୍ବାନ, ଇମାଦ ଓ୍ବାସିମ, ମହମ୍ମଦ ହାଫିଜ, ସଦାବ ଖାଁ, ସୋଏବ ମଲ୍ଲିକ, ହାରିସ ରୌଫ, ସାନିନ ଶାହ ଆଫ୍ରିଦି ଓ ହାସାନ ଅଲ୍ଲି ଅଛନ୍ତି । ଭାରତ-ପାକିସ୍ତାନ ମ୍ୟାଚଟି ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ।

ଏହା ପୂର୍ବରୁ ଭାରତର ଅଧିନାୟକ ବିରାଟ କୋହଲି ଏକ ବୟାନ ଦେଇ କହିଛନ୍ତି ଯେ ପାକିସ୍ତାନ ଦଳ ଏକ ଶକ୍ତିଶାଳୀ ଦଳ । ଭାରତୀୟ ଦଳ କେବେ ବି ପାକିସ୍ତାନକୁ ହାଲକା ଭାବେ ନେବ ନାହିଁ । ତେବେ ଭାରତ ଏହି ମ୍ୟାଚକୁ ନେଇ ଚାପରେ ନାହିଁ ଓ ଅନ୍ୟ ଦଳମାନଙ୍କ ପରି ଏହି ମ୍ୟାଚକୁ ମଧ୍ୟ ନିଜ ସ୍ବାଭାବିକ ଶୈଳୀରେ ଖେଳିବ । ଆସନ୍ତା କାଲିର ମ୍ୟାଚ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରସ୍ତୁତ ହୋଇଗଲେଣି ବୋଲି କୋହଲି କହଛନ୍ତି ।

୨୦୦୭ରେ ପ୍ରଥମ ଟି-୨୦ ବିଶ୍ବକପ ମ୍ୟାଚ ଆରମ୍ଭ ହେବାପରଠାରୁ ପାକିସ୍ତାନ ଭାରତ ବିପକ୍ଷରେ ଗୋଟିଏ ବି ମ୍ୟାଚ ଜିତିପାରିନାହିଁ । କିନ୍ତୁ ଏହି ରେକର୍ଡ ଭାରତୀୟ ଦଳ ପାଇଁ ବିଶେଷ ଗୁରୁତ୍ବ ରଖେ ନାହିଁ ବୋଲି କୋହଲି କହିଛନ୍ତି ।

 

ସମ୍ବନ୍ଧିତ ଖବର