ଲାହୋର: ମ୍ୟାଚ୍ ଖେଳିବା ଲାଗି ପଡ଼ିଆକୁ ଓହ୍ଲାଇବାର ମାତ୍ର କିଛି ମିନିଟ୍ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ସୁରକ୍ଷା କାରଣ ଦର୍ଶାଇ ତାର ବହୁ ଚର୍ଚ୍ଚିତ ପାକିସ୍ତାନ ଗସ୍ତକୁ ରଦ୍ଦ କରି ଦେଇଥିଲା। ଏହା ପରେ ପରେ ଇଂଲଣ୍ଡ ମଧ୍ୟ ପାକିସ୍ତାନ ଆସିବାକୁ ରୋକ୍ଠୋକ୍ ଭାବେ ମନା କରି ଦେଇଥିଲା। ଏଥିଲାଗି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କୋଟି କୋଟି ଟଙ୍କାର ଆର୍ଥିକ କ୍ଷତି ସହିଥିଲା ବେଳେ ପାକିସ୍ତାନ ବିଶ୍ବ ଦରବାରରେ ଲଜ୍ଜିତ ହୋଇଥିଲା। ଆତଙ୍କବାଦୀଙ୍କୁ ଦେଇ ଆସୁଥିବା ସମର୍ଥନକୁ ବନ୍ଦ କରିବା ପରିବର୍ତ୍ତେ ପାକିସ୍ତାନ ଏହି ଲଜ୍ଜାଜନକ ଘଟଣା ପାଇଁ ଅଭ୍ୟାସଗତ ଭାବେ ଏବେ ଭାରତକୁ ଦାୟୀ କରିଛି। ଭାରତ ହିଁ ନ୍ୟୁଜିଲାଣ୍ଡକୁ ଗସ୍ତ ରଦ୍ଦ କରିବାକୁ ପ୍ରବର୍ତ୍ତାଇଥିବା ପାକିସ୍ତାନର ସୂଚନାପ୍ରଯୁକ୍ତି ମନ୍ତ୍ରୀ ଫୱାଦ ଚୌଧୁରୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳକୁ ମିଳିଥିବା ଇ-ମେଲ୍ର ଉତ୍ପତିସ୍ଥଳ ହେଉଛି ଭାରତ। ହେଲେ ଏହାର ଭିପିଏନ୍ ସିଙ୍ଗାପୁର ବୋଲି ଦେଖାଉଛି। ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ପାକିସ୍ତାନ ଆସିଥିବା ୱେଷ୍ଟଇଣ୍ଡିଜ୍ ଦଳକୁ ମଧ୍ୟ ଏହିଭଳି ଭାବେ ଇମେଲ ପଠାଇ ଡରାଇବାକୁ ଚେଷ୍ଟା କାଯାଇଥିଲା। ପରବର୍ତ୍ତୀ ସମୟରେ ଯାହା କେବଳ ଏକ ଗୁଜବ ବୋଲି ଜଣାପଡ଼ିଥିଲା। ଚୌଧୁରୀଙ୍କ ଏହି ଅଭିଯୋଗ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କୌଣସି ପ୍ରତିକ୍ରିୟା ପ୍ରକାଶ କରିନି।
ନ୍ୟୁଜିଲାଣ୍ଡ ଓହରିବା ନେଇ ଭାରତକୁ ଦାୟୀ କଲା ପାକିସ୍ତାନ
/sambad/media/post_attachments/wp-content/uploads/2021/09/f564h654f654fh56fhfhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)