ନୂଆଦିଲ୍ଲୀ: ପାକିସ୍ତାନର କ୍ରିକେଟ ଟିମକୁ ମହିଳା ଟି -୨୦ ବିଶ୍ୱକପରେ ଏକ ବଡ଼ ଝଟକା ଲାଗିଛି। ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ମହିଳା ଦଳର ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ବାପାଙ୍କ ଦେହାନ୍ତ କାରଣରୁ ନିଜ ଘର କରାଚି ଫେରିବାକୁ ପଡ଼ିଛି।

Advertisment

ମହିଳା ଟି -୨୦ ବିଶ୍ୱକପରେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଅକ୍ଟୋବର ୧୧ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି। ସେମିଫାଇନାଲ ଦୃଷ୍ଟିକୋଣରୁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତେ ତେବେ ଏହା ନିଶ୍ଚିତ ହେବ ଯେ ସେମିଫାଇନାଲ ଖେଳିବ । ସେହିଭଳି ଯଦି ପାକିସ୍ତାନ ଏହି ମ୍ୟାଚରେ ଜିତେ ତେବେ ସେମିଫାଇନାଲ ଦୌଡ଼ରେ ରହିବ। ଯଦି ଦଳ ହାରିଯାଏ ସବୁଆଶ ମଉଳି ଯିବ।

ଫାତିମା ସାନାଙ୍କ ପିତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କହିଛି ଯେ ଫାତିମା ସାନା ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳି ପାରିବେ ନାହିଁ। । ଫାତିମା ପାକିସ୍ତାନ ମହିଳା ଟିମର ସବୁଠାରୁ ଯୁବା ଅଧିନାୟିକା। ୟୁଏଇରେ ମହିଳା ଟି -୨୦ ବିଶ୍ୱକପ ଖେଳାଯାଉଛି।

ମହିଳା ଟି -୨୦ ବିଶ୍ୱକପରେ ପାକିସ୍ତାନ ଗ୍ରୁପ୍ ଏରେ ଅଛି। ଏହି ଦଳରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାର ଦଳ ଅଛନ୍ତି। ଅଷ୍ଟ୍ରେଲିଆ ହେଉଛି ଏକମାତ୍ର ଦଳ ଯିଏ ଟୁର୍ନାମେଣ୍ଟରେ ଉଭୟ ମ୍ୟାଚ୍ ଜିତିଛି । 

ଅଧିକପଢ଼ନ୍ତୁ:https://sambad.in/business/io-financial-services-launches-jiofinance-app-7307275